ଭୁବନେଶ୍ୱର: ଓଡ଼ିଶାରେ ୩ୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଛି। ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱରର ହୋଇଥିବାବେଳେ ସେ ସର୍ବାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ସେମାନେ ହେଲେ ପରିବାର ସଦସ୍ୟ, ସମ୍ପର୍କୀୟ, ବିମାନ ଯାତ୍ରୀ, ବିଧାନସଭା ଡିସ୍ପେନ୍ସାରି, କ୍ୟାପିଟାଲ ହସ୍ପିଟାଲ ଓ ଘରୋଇ କ୍ଲିନିକ୍ର ଡାକ୍ତର, ନର୍ସ, ରୋଗୀ ଏବଂ ବିଧାନସଭାର ଜଣେ କର୍ମଚାରୀ। ଏମାନଙ୍କ ସଂସ୍ପର୍ଶରେ ମଧ୍ୟ ଅନେକ ଆସିଥିବେ। ତେଣୁ ସମସ୍ତଙ୍କୁ ଠାବ କରିବା ସେତେଟା ସହଜ ନ ଥିବାରୁ ସଂକ୍ରମଣ ସମ୍ଭାବନା ଚିନ୍ତା ବଢ଼ାଇଛି। ଅନ୍ୟପକ୍ଷରେ ଶୁକ୍ରବାର ଅପରାହ୍ନ ୧ଟା ସୁଦ୍ଧା ଓଡ଼ିଶାରେ ମୋଟ ୨୫୬ ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ ୧୮୯ ନମୁନାର ରିପୋର୍ଟ ହସ୍ତଗତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୩ ଛୁଇଁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ସଂକ୍ରମିତ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିିର ରହିଛି। ଉଭୟ ହସ୍ପିଟାଲ୍ରେ ଦିଆଯାଉଥିବା ଖାଦ୍ୟ ଖାଉଛନ୍ତି। ଗୁରୁବାର ଚିହ୍ନଟ ତୃତୀୟ ପଜିଟିଭ୍ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି। ସେ ମଧ୍ୟ ସାଧାରଣ ଖାଦ୍ୟ ଖାଉଥିବା ବିଭାଗ ସୂଚନା ଦେଇଛି। ତେବେ ପ୍ରଥମ ୨ ପଜିଟିଭ୍ ଚିହ୍ନଟଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୫ଜଣ ଆସିଥିବା ତଥ୍ୟ ମିଳିଛି। ସମସ୍ତଙ୍କ ସହ ଯୋଗାଯୋଗ ହୋଇସାରିଥିବାବେଳେ ୩୭ଜଣଙ୍କୁ ଡାକ୍ତରଖାନା ଆଇସୋଲେଶନରେ ରଖାଯାଇଛି। ଇତିମଧ୍ୟରେ କେତେଜଣଙ୍କୁ ଆଇସୋଲେଶନରୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଏପଟେ ତୃତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଏବେ ଠାବ କରାଯାଉଛି। ସମସ୍ତଙ୍କୁ ଚିହ୍ନଟ ପାଇଁ ସ୍ବତନ୍ତ୍ର ମନିଟରିଂ ଟିମ୍ ଲାଗିପଡିଛି। ରାଜଧାନୀରେ ୧୦ ଟିମ୍ କାର୍ଯ୍ୟ କରୁଥିବାବେଳେ ରାଜ୍ୟରେ ମୋଟ ୧୦୦ ଟିମ୍ ନିୟୋଜିତ ରହିଛି। ବାହାର ରାଜ୍ୟ ଓ ବିଦେଶରୁ ଫେରିଥିବା ସନ୍ଦିଗ୍ଧଙ୍କୁ ଖୋଜାଚାଲିଛି। ଖୁବ୍ଶୀଘ୍ର ସମସ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଶନରେ ରଖାଯିବ ବୋଲି କୁହାଯାଇଛି। ସେହିଭଳି ବର୍ତ୍ତମାନ ସୁଦ୍ଧା ବିଦେଶରୁ ଆସିଥିବା ମୋଟ ୪୪୯୫ଜଣ ହେଲ୍ପଲାଇନ୍ ନଂ.୧୦୪ ଓ ପୋର୍ଟାଲ୍ ଜରିଆରେ ପଞ୍ଜୀକରଣ କରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୩ୟ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ଚିନ୍ତା
- Advertisement -

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Witamy w polskim legalnym internetowym kasynie Slottica – miejscu stworzonym dla hazardzistów online w Polsce! Casino Slotica w polskiej wersji językowej otwiera przed Tobą świat pełen emocjonujących gier za darmo i atrakcyjnych nagród bez rejestracji. Strona przyciąga nowych użytkowników między innymi premią powitalną 25 zł bez konieczności wpłaty depozytu. W badaniu przeprowadzonym wśród ponad 8500 graczy wielu z nich wskazało Slottica jako jedną z najciekawszych stron z automatami online dostępnych w Polsce.
Interfejs Slottica Casino jest przejrzysty i intuicyjny — logiczna struktura menu, wyszukiwanie w czasie rzeczywistym oraz zaawansowane filtry pozwalają błyskawicznie odnaleźć dowolną grę. Platforma w pełni obsługuje język polski, a responsywny design zapewnia komfort użytkowania na każdym urządzeniu.