ସକାଳେ ବିଛଣା ଛାଡିବା ପରେ ନିରୋଗ ଜୀବନଚର୍ଯ୍ୟା ଆପଣେଇବା ଆବଶ୍ୟକ। ଏହାଦ୍ୱାରା ମନ ଓ ଶରୀର ଉପରେ ପଡ଼ିଥାଏ ସକାରାତ୍ମକ ପ୍ରଭାବ। ସକାଳେ ଉଠି ଧୂମପାନ କରିବା ଶରୀର ପାଇଁ କ୍ଷତିକାରକ। ଏପରି କଲେ ରକ୍ତରେ ନିକୋଟିନ୍ ମାତ୍ରା ବୃଦ୍ଧି ପାଏ। ଫଳରେ ରକ୍ତ କୋଷିକା ଗତି ବଢ଼ିଯାଏ। ଏହା ଯୋଗୁ ରକ୍ତ ଚାପରେ ଅନିୟମିତତା ସୃଷ୍ଟି ହୁଏ। ମୁଖ୍ୟତଃ ଧୂମପାନ ଯୋଗୁ ହିଁ ଉଚ୍ଚ ରକ୍ତଚାପ ସୃଷ୍ଟି ହୁଏ। ପରବର୍ତ୍ତୀ ସମୟରେ ଉଚ୍ଚ ରକ୍ତଚାପ ସୃଷ୍ଟି କରିଥାଏ ହାର୍ଟ ଆଟାକ୍ ଭଳି ସମସ୍ୟା । ସେହିପରି ନିକୋଟିନ୍ ଫୁସ୍ଫୁସ୍ର ସୂକ୍ଷ୍ମ ରକ୍ତବାହୀ ନଳୀକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ଏହାଦ୍ୱାରା ଧୀରେଧୀରେ ଫୁସ୍ଫୁସ୍ର ସାଧାରଣ କାର୍ଯ୍ୟକାରିତା ହ୍ରାସ ପାଏ ଓ କର୍କଟ ରୋଗ ସୃଷ୍ଟି ହୁଏ। ତେଣୁ ସକାଳେ ଏଭଳି ଅଭ୍ୟାସଠାରୁ ଦୂରେଇ ରହିବା ଭଲ।
ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା.
You Might Also Like
Leave a Comment
Leave a Comment
- Advertisement -
