ଭୁବନେଶ୍ୱର: ଚଳିତବର୍ଷ ମହାଶିବରାତ୍ରି ସୋମବାର ପଡୁଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରିରେ ଭକ୍ତମାନଙ୍କ ସୁବିଧା ପାଇଁ ଜିଗ୍ଜାଗ ବ୍ୟାରିକେଡ୍ର ବ୍ୟବସ୍ଥା କରାଯିବ। ମନ୍ଦିର କାର୍ଯ୍ୟାଳୟ ସମ୍ମୁଖ, ଉତ୍ତରଦ୍ୱାର, ଏବଂ ଦକ୍ଷିଣ ଦ୍ବାରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ। ଆର୍ ଆଣ୍ଡ ବି ପକ୍ଷରୁ ବ୍ୟାରିକେଡ୍ ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ଖରାରୁ ରକ୍ଷା ପାଇଁ ଏହି ବ୍ୟାରିକେଡ୍ ଉପରେ ଛାମୁଡ଼ିଆ କରାଯିବା ସହ ତଳେ ମ୍ୟାଟ୍ ପକାଯିବ। ସେହିପରି କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ) ପକ୍ଷରୁ ମନ୍ଦିର ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ପର୍ଯ୍ୟନ୍ତ ଓ ବେଢ଼ା ଚାରିପଟେ ବ୍ୟାରିକେଡ୍ କରାଯିବ। ଜାଗର ଦିନ ମନ୍ଦିର ଭିତର ଓ ଜଗମୋହନକୁ ସଫେଇ କରିବା ପାଇଁ ଏଏସ୍ଆଇ କାମ ପାଇଁ ପ୍ରସ୍ତୁତ ଚଳାଇଛି। ଏଥିପାଇଁ ୪୦ଜଣ ପ୍ରତ୍ନତତ୍ତ୍ୱ ବିଭାଗର କର୍ମଚାରୀ ଉପସ୍ଥିତ ରହିବେ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା ଆଜି ଏହି କାର୍ଯ୍ୟର ଅନୁଧ୍ୟାନ କରିବା ସହ ରଥ ରୋଡ୍ରେ ରାସ୍ତା କଡ଼ ଡ୍ରେନ୍ରେ ସ୍ଲାବ୍ ପକାଇବାକୁ ବିଏମ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେସିଂହଦ୍ବାରକୁ ଆକର୍ଷଣୀୟ କରିବା ପାଇଁ ଏକ ବଡ଼ ତୋରଣ ଲଗାଯିବ। ସମର୍ଥା ସେବାୟତ ମିତେନ୍ଦ୍ର ସମର୍ଥା ଏହି ତୋରଣ କାର୍ଯ୍ୟ ଆରମ୍ଭ କରିଛନ୍ତି।
ମହାଶିବରାତ୍ରି ପାଳନ ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର୍ଯ୍ୟାୟରେ ସୁଯୋଗ ରହିଛି। ପ୍ରଥମ ପର୍ଯ୍ୟାୟରେ ଭୋର୍ ୩ଟା ୩୦ରୁ ସକାଳ ସାଢ଼େ ୧୦ଟା, ଦ୍ବିତୀୟ ପର୍ଯ୍ୟାୟରେ ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ଓ ଶେଷ ଦଫାରେ ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣ ମେଲା ନୀତି ନିର୍ଘଣ୍ଟ ହୋଇଛି। ସକାଳ ସାହାଣ ମେଲା ପରେ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ ହେବ। ୨ଟାରେ ଶ୍ରୀଭୁବନେଶ୍ବରଙ୍କ ସକାଳ ଧୂପ ହେବାକୁ ଥିବା ବେଳେ ୨ଟା ୪୫ରୁ ୩ଟା ୪୫ ଭିତରେ ଭୋଗ ମଣ୍ଡପ ହେବ। ସନ୍ଧ୍ୟା ୭ଟାରୁ ୭ଟା ୧୦ ମିନିଟ ପର୍ଯ୍ୟନ୍ତ ପହୁଡ଼ ହେବାକୁ ଥିବା ବେଳେ ୭ଟା ୩୦ରେ ଟେରା ଫିଟା ନୀତି ରହିଛି। ଶ୍ରୀଜିଉଙ୍କ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ ରାତି ୮ଟା ୫୫ରୁ ୧୦ଟା ଭିତରେ ହେବାକୁ ଥିବା ବେଳେ ୧୦ଟା ରାତିରେ ମହାଦୀପ ଉଠିବା କାର୍ଯ୍ୟକ୍ରମ ରହିଛି। ରାତି ୧୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଚାରି ପହର ପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ (ମଙ୍ଗଳବାର)ଭୋର୍ ୩ଟା ୩୦ରୁ ସାଢ଼େ ୪ଟା ଭିତରେ ହରିହର ଭେଟ ନୀତି ରହିଛି। ୪ଟା ୩୦ରେ ବଡ଼ସିଂହାର ବେଶ ହେବା ସହ ୫ଟା ୧୫ ମିନିଟରେ ଶ୍ରୀଜିଉଙ୍କ ପହୁଡ଼ ନୀତି ରହିଛି।
ଲାଗିବ ଜିଗ୍ଜାଗ ବ୍ୟାରିକେଡ୍

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.