କଟକ : ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମହମ୍ମଦ ରଫିକ୍ ସୋମବାର ଶପଥ ଗ୍ରହଣ କରିଛନ୍ତି। ଲୋକସେବା ଭବନରେ ପୂର୍ବାହ୍ନ ୯ଟାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ସ୍ବତନ୍ତ୍ର ଉତ୍ସବରେ ସାମାଜିକ ଦୂରତା ବଜାୟ ରଖାଯାଇଥିବା ବେଳେ ହାଇକୋର୍ଟର ସମସ୍ତ ବିଚାରପତି ଓ ରାଜ୍ୟର ଆଡ୍ଭୋକେଟ ଜେନେରାଲ ଉପସ୍ଥିତ ଥିଲେ। ସେହିଭଳି ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମଧ୍ୟ ଉପସ୍ଥିତ ଥିଲେ। ରବିବାର ଜଷ୍ଟିସ୍ ରଫିକ୍ ଏକ ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ଏବଂ ଅନ୍ୟମାନେ ସ୍ବାଗତ କରିଥିଲେ।
ସୂଚନାଯୋଗ୍ୟ, ଜଷ୍ଟିସ୍ ରଫିକ୍ ଏହା ପୂର୍ବରୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଓଡ଼ିଶା ହାଇକୋର୍ଟକୁ ତାଙ୍କର ବଦଳି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ଗତ ୧୮ତାରିଖରେ ସୁପାରିସ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ବାଜିବା ପରେ ୨୩ତାରିଖରେ ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜଷ୍ଟିସ୍ ରଫିକ୍ ୨୦୦୬ ମେ’ରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ। ପରେ ଦୁଇଥର ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ୨୦୧୯ ନଭେମ୍ବର ୧୩ ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।
ଶପଥ ଗ୍ରହଣ କଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ
2 Comments
2 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.