ଭୁବନେଶ୍ଵର : ରାଜ୍ୟ ପାଇଁ ବଡ ଝଟକା, ଭୁବନେଶ୍ଵରରେ ଚିହ୍ନଟ ହେଲେ ଆହୁରି ୧୬ କରୋନା ଆକ୍ରାନ୍ତ। ଏହି ହିସାବରେ ଭୁବନେଶ୍ଵରରେ କୋଭିଡ୍ ୧୯ ପଜିଟିଭଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି ଏବଂ ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ହୋଇଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଅଯାଇଛି। ଆଜି ପୂର୍ବାହ୍ନରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସାରା ଦେଶରେ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ବଢିଥିବା ବେଳେ ଓଡିଶାରେ ଗୋଟିଏ ଦିନରେ ୧୮ କରୋନା ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ଓ ଆତଙ୍କର କାରଣ ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଆଜି ମଧ୍ୟାହ୍ନରେ ସ୍ଵତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ସାମାଜିକ ସଂକ୍ରମଣ ହୋଇନଥିବା କହିଥିବା ବେଳେ ସନ୍ଧ୍ୟାରେ ଆସିଥିବା ନମୂନା ପରୀକ୍ଷଣ ରିପୋର୍ଟରେ ଏକକାଳୀନ ୧୬ ଜଣ କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି। ଏବେ ସଂପୃକ୍ତ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂପର୍କରେ ଛାନଭିନ୍ ଆରମ୍ଭ ହୋଇଛି।
ଭୁବନେଶ୍ଵରରେ ପୁଣି ୧୬ କୋଭିଡ-୧୯ ପଜିଟିଭ୍ ଚିହ୍ନଟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯କୁ ବୃଦ୍ଧି
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- 1win_dfEa on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- Carytab on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- 1win_namr on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- Dwaynepap on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
- Quincyvup on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
