କଟକ: ବେଆଇନ ଭାବେ ଚାଲିଥିବା ନର୍ସିଂହୋମ ପ୍ରସଙ୍ଗରେ କଟକ, ଯାଜପୁର, କଳାହାଣ୍ଡି ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ପକ୍ଷରୁ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। କଟକ ଜିଲ୍ଲାପାଳଙ୍କ ପକ୍ଷରୁ ସଡିଏମଓ ଡା. ବିଭୂତି ଭୂଷଣ ନାୟକ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ଜିଲ୍ଲାର ୨୫୭ଟି କ୍ଲିନିକ/ନର୍ସିଂହୋମ୍ର ନିୟମିତ ଯାଞ୍ଚ କରାଯାଇଛି। ୪୪ଟି ଅନୁଷ୍ଠାନକୁ ପ୍ରଥମଥର ଲାଇସେନ୍ସ ପ୍ରଦାନ କରାଯାଇଥିବାବେଳେ ୨୯ଟିର ଲାଇସେନ୍ସ ନବୀକରଣ କରାଯାଇଛି। ୮୪ଟି କ୍ଲିନିକ/ନର୍ସିଂହୋମ୍ ବର୍ତ୍ତମାନ ଆଉ କାର୍ଯ୍ୟକ୍ଷମ ନାହିଁ ଓ ଏଗୁଡିକ ବନ୍ଦ ବୋଲି ଧରି ନିଆଯାଇଛି। ୧୭୬ଟି ପିସି ଆଣ୍ଡ୍ ପିଏନଡିଟି ୟୁନିଟ ଯାଞ୍ଚ କରାଯାଇଥିବା ବେଳେ ଏଗୁଡିକରୁ ୭୯ଟି କାର୍ଯ୍ୟକ୍ଷମ ରହିଛି ଓ ଅବଶିଷ୍ଟ ୯୭ଟି ଆଉ ଚାଲୁନାହିଁ। ୯୭ ମଧ୍ୟରୁ କଟକ ଲିଙ୍କରୋଡରେ ଓ ଜଗତପୁରରେ ଥିବା ଦୁଇଟି ୟୁନିଟକୁ ଟାସ୍କଫୋର୍ସ ଟିମ୍ ପକ୍ଷରୁ ସିଲ୍ କରାଯାଇଥିବାବେଳେ ୧୨ଟି ୟୁନିଟ୍ ବିରୋଧରେ ମାମଲା ରୁଜୁ ହୋଇଛି। ଯାଞ୍ଚ ଦଳ ସରକାରୀ ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସ(ଏମଟିପି) କେନ୍ଦ୍ର ସହିତ ଘରୋଇ କେନ୍ଦ୍ର ଗୁଡିକର ଯାଞ୍ଚ କରୁଛି। ତିନୋଟି ଏମ୍ଟିପି କେନ୍ଦ୍ର କାର୍ଯ୍ୟକ୍ଷମ ନଥିବା ଜଣା ପଡିଛି। କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁସାରେ ୮ଟି ଓ ପିସି ଆଣ୍ଡ ପିଏନଡିଟି ଆଇନ ଅନୁସାରେ ୧୨ଟି କଂପ୍ଲେନ୍ କେସ୍ ବିଭିନ୍ନ ଘରୋଇ କ୍ଲିନିକ ଓ ନର୍ସିଂହୋମ୍ ବିରୋଧରେ ଅଦାଲତରେ ଦାୟର କରାଯାଇଛି। ଅଗ୍ନି ସୁରକ୍ଷା ପ୍ରସଂଗରେ ନର୍ସିଂହୋମ୍ ଗୁଡିକ ନିକଟରେ ସାର୍ଟିଫିକେଟ ଅଛି କି ନାହିଁ ସେ ନେଇ ଟାସ୍କଫୋର୍ସ ଟିମ୍ ଯାଞ୍ଚ କରୁଥିବା ବେଳେ କେତେକ ପ୍ରତିଷ୍ଠାନ ଏହି ପ୍ରସଂଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କେତେକ ମାମଲାରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏପରି ୧୩ଟି ମାମଲାରେ ରହିତାଦେଶ ଉଠାଇବା ପାଇଁ ସରକାରଙ୍କ ପକ୍ଷରୁ ମିସ୍ କେସ୍ ଦାୟର କରାଯାଇଛି। ସେହିପରି ଯାଜପୁର, କଳାହାଣ୍ଡି ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଟିମ୍ ବିଭିନ୍ନ କ୍ଲିନିକ/ନର୍ସିଂହୋମ୍ ସହ ଏମଟିପି କେନ୍ଦ୍ର ଯାଞ୍ଚ କରୁଛି। ଏହି ମାମଲାରେ ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନେ କିନ୍ତୁ ଏ ପର୍ଯ୍ୟନ୍ତ ଜବାବ ରଖି ନାହାନ୍ତି। ଆବେଦନକାରୀ ଓଡ଼ିଶା ଉପଭୋକ୍ତ ସଂଘ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର, ବିରଜା ବଳ, ଅରୁଣ ସାହୁ, ଦେବପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟରେ ଚାଲିଥିବା ନର୍ସିଂ ହୋମଗୁଡିକ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ପାଳନରେ ଅବହେଳା କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଓଡ଼ିଶା ଉପଭୋକ୍ତ ସଂଘ ପକ୍ଷରୁ ୧୯୯୫ରେ ଏ ନେଇ ମାମଲା ଦାୟର କରାଯାଇଥିଲା। ୨୦୦୭, ସେପ୍ଟେମ୍ବର ୧୮ରେ କୋର୍ଟ ଏହି ମାମଲାରେ ଶୁଣାଣି କରିଥିବା ବେଳେ ଡିଏମଇଟି ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ରାଜ୍ୟରେ ୧୧୬୯ ଅଣ ପଞ୍ଜିକୃତ ନର୍ସିଂହୋମ ଚାଲିଛି। ବେଆଇନ ଭାବେ ଚାଲିଥିବା ନର୍ସିଂହୋମ୍ ଉପରେ ଚଢଉ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ଏହାପରେ ୨୦୦୮, ଜାନୁଆରି ୧୭ରେ ଏ ନେଇ ଜିଲାସ୍ତରୀୟ ଟାସ୍କଫୋର୍ସ କମିଟି ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା। ୨୦୧୯, ଅଗଷ୍ଟ ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.