ଭୁବନେଶ୍ବର : ପ୍ରତି ପଞ୍ଚାୟତରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଭଳି ଏଣିକି ସହରାଞ୍ଚଳର ପ୍ରତି ୱାର୍ଡରେ ୱାର୍ଡ ଅଫିସ କାର୍ଯ୍ୟ କରିବ। ୱାର୍ଡ ବାସିନ୍ଦା ସେମାନଙ୍କ ଅଭିଯୋଗ ଏଠାରେ ଜଣାଇବା ସହ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଏହିଠାରୁ ହିଁ ପାଇବେ। ଏଥିପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଥିବା ମୋଟ ୨୦୩୫ଟି ୱାର୍ଡରେ ୱାର୍ଡ ଅଫିସ୍ ଖୋଲିବ। ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୱାର୍ଡ ଅଫିସ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଖୋଲିଥିବା ୬୭ଟି ୱାର୍ଡ ଅଫିସକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି।
ଆଜି ଲୋକସେବା ଭବନେର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାର୍ଡ ଅଫିସ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ବା କମ୍ପୋଷ୍ଟ ପ୍ଲାଣ୍ଟ, ବିଡିଏର ଅନଲାଇନ୍ ବିଲଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା, ଅନଲାଇନ୍ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହାସହ ପୁରୀର ଫିନ କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ମଧ୍ୟ ଅନଲାଇନ୍ ଜରିଆରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀରେ ୪୧୦୩ଜଣ କ୍ଷୁଦ୍ର ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୧୩୬୯ ଜଣଙ୍କୁ ୧୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।
ଏହି ଅବସରରେ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ ଭିଡିଓ କନଫରେନ୍ସିଂରେ ପୁରୀ, ବ୍ରହ୍ମପୁର ଓ ସହିଦନଗରରେ ଉପସ୍ଥିତ ଥିବା ଲୋକଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସହରାଞ୍ଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ଆଜି ବିଏମ୍ସି ପକ୍ଷରୁ ସବୁ ୱାର୍ଡରେ ୱାର୍ଡ ଅଫିସ ଖୋଲାଗଲା। ତା’ ସହିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କମ୍ପୋଷ୍ଟ ପ୍ଲାଣ୍ଟ କାମ ଆରମ୍ଭ କରାଗଲା। ସେହିପରି ବାତ୍ୟାରେ କ୍ଷତିଗ୍ରସ୍ତ ପୁରୀର କ୍ଷୁଦ୍ର ବ୍ୟବସାୟୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଅନଲାଇନ୍ ଜରିଆରେ ପ୍ରଦାନ କରାଗଲା। ଏଥିପାଇଁ ମୁଁ ବହୁତ ଖୁସି।
ଆଜି ମଧ୍ୟ ଭୁବନେଶ୍ବର ପାଇଁ ଫାଷ୍ଟ ଟ୍ରାକ୍ ବିଲଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା ଆରମ୍ଭ ହୋଇଛି। ନଗର ଉନ୍ନୟନ ବିଭାଗ ଏଥିପାଇଁ ଏକ ମାସ ମଧ୍ୟରେ ପଦକ୍ଷେପ ନେଇଥିବାରୁ ବହୁତ ଧନ୍ୟବାଦ।
ସେହିପରି ଆସନ୍ତା ୧ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରସଂସ୍ଥାଗୁଡ଼ିକୁ ଆବର୍ଜନାମୁକ୍ତ ସହର କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଏହି କାର୍ଯ୍ୟକ୍ରମରେ ମା’ମାନଙ୍କୁ ସାମିଲ୍ କରିବା ଏକ ବହୁତ ଭଲ ପଦକ୍ଷେପ। ଉତ୍ତମ ନାଗରିକ ସେବା, ସ୍ବାୟତ୍ତ ଶାସନ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ। ଆଜିକାଲି ସହରାଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ପରିଚାଳନା ଏକ ଆହ୍ବାନ ହୋଇଛି। ଯଦି ଆମେ ଜନସାଧାରଣଙ୍କୁ ଆମର ସମସ୍ତ କାର୍ଯ୍ୟକ୍ରମର କେନ୍ଦ୍ରରେ ରଖି କାର୍ଯ୍ୟ କରିବା ଓ ୫ଟିର ନୀତିକୁ ଅନୁସରଣ କରିବା, ତେବେ ଜନସାଧାରଣ ଚାହୁଁଥିବା ପରିବର୍ତ୍ତନକୁ ଆମେ ନିଶ୍ଚିତ ଭାବେ ହାସଲ କରିପାରିବା।
ସୂଚନାଯୋଗ୍ୟ ଯେ ରାଜ୍ୟର ୧୧୪ଟି ପୌରସଂସ୍ଥାରେ ୩୪୨ଟି କମ୍ପୋଷ୍ଟ ପ୍ଲାଣ୍ଟ କରାଯିବା ସହ ୨୬ଟି ପୌର ସଂସ୍ଥାରେ ୭୦କୋଟି ବ୍ୟୟରେ ୪୦ଟି ମଳ ପଙ୍କ ବିଶୋଧନ ବ୍ୟବସ୍ଥା ପାଇଁ ଶିଳାନ୍ୟାସ କରାଗଲା। ଏହାଦ୍ବାରା ଦୈନିକ ୪ଲକ୍ଷ ଲିଟର ମଳପଙ୍କ ବିଶୋଧିତ ହୋଇପାରିବ ଏବଂ ୮ଲକ୍ଷ ଲୋକ ଉପକୃତ ହେବେ।
ଭୁବନେଶ୍ବରରେ ଛୋଟ ଛୋଟ ଘର ନିର୍ମାଣ କରିବାକୁ ଚାହୁଁଥିବା ଲୋକଙ୍କୁ ୪୮ଘଣ୍ଟାରେ ବିଲଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥାର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ ଅଂଶୁମାନ ରଥ ନାମକ ଜଣେ ବ୍ୟକ୍ତିଙ୍କୁ ବିଲଡିଂ ପ୍ଲାନ୍ ଅନୁମୋଦନ ପତ୍ର ପ୍ରଦାନ କରିଥିଲେ। ଏଥିରେ ଲୋକମାନେ ୧୦୦ଟି ପୂର୍ବ ଅନୁମୋଦିତ ନକ୍ସାକୁ ଭିତ୍ତି କରି ଆବେଦନ କରିପାରିବେ। ସେହିପରି ସହିଦନଗର ୱାର୍ଡ ଅଫିସରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜଣେ ହିତାଧିକାରୀଙ୍କୁ ଅନଲାଇନ୍ ବିବାହ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ର, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ପ୍ରମୁଖ ଉପସ୍ଥିତ ଥିଲେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.