ଭୁବନେଶ୍ବର : ରାଜ୍ୟ ସରକାର ଖୁବଶୀଘ୍ର ନୂଆ ଟେଲି ମେଡିସିନ୍ ନୀତି ଆଣିବାକୁ ଯାଉଛନ୍ତି। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜରେ ଟେଲି ମେଡିସନ୍ର ନୋଡାଲ ସେଣ୍ଟର ରହିଥିବା ବେଳେ ନୂତନ ନୀତି କାର୍ଯ୍ୟକାରୀ ହେଲେ ଏହାକୁ ରାଜ୍ୟର ଅନ୍ୟାନ୍ୟ ଚିକିତ୍ସାଳୟକୁ ସଂପ୍ରସାରିତ କରାଯିବ। ଟେଲି ମେଡିସିନ୍ ନେଟୱର୍କକୁ ସମସ୍ତ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କାର୍ଯ୍ୟକାରୀ ହେଉଥିବା ୱେଲନେସ୍ ସେଣ୍ଟର ସହିତ ଯୋଡ଼ି ଦିଆଯିବ। ଯାହାଫଳରେ ଗାଁ ଗହଳିରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ସିଧାସଳଖ ବିଶେଷଜ୍ଞ ଚିକିତ୍ସକଙ୍କ ସେବା ପାଇପାରିବେ।
ରାଜ୍ୟରେ ଟେଲି ମେଡିସିନ୍ କାର୍ଯ୍ୟକାରିତା ନେଇ ବିଭାଗୀୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ଟେଲି ମେଡିସିନ୍ ନେଟୱର୍କର ବର୍ତମାନର ସ୍ଥିତି ଓ ଇ-ଆଇସିୟୁ ଓ ଭାରତ ସଂଚାର ନିଗମର ଯୋଗାଯୋଗ ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା ହୋଇଛି। ଟେଲି ମେଡିସିନ୍ କାର୍ଯ୍ୟକାରୀ ହେବା ଫଳରେ ୨୦୧୭/୧୮ରେ ରୋଗୀଙ୍କର ୪ କୋଟିରୁ ଅଧିକ ପକେଟ ଖର୍ଚ ବଞ୍ଚିପାରିଛି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.