କୋରାପୁଟ: କୋରାପୁଟ ଜିଲ୍ଲାରେ ପୋଡ଼ାଗଡ଼ର ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ବୋଲି ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ କଟକଣା ଜାରି ହୋଇଛି। ଏବେ ସଂକ୍ରମିତଙ୍କୁ ଭୁବନେଶ୍ବରର କିମ୍ସ କୋଭିଡ ହସ୍ପିଟାଲକୁ ପଠାଯାଇଛି। ଏହାଛଡ଼ା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।
ନୂଆ କଟକଣା ଅନୁଯାୟୀ ତେଜରାତି, କ୍ଷୀର, ପରିବା, ଫଳ, ଆମିଷ ଆଦି ଜରୁରୀ ସାମଗ୍ରୀ ଦୋକାନ ସକାଳ ୭ରୁ ଦିନ ୧୨ଟା ଯାଏ ଖୋଲିବାକୁ ନିର୍ଦେଶ ଦିଆଯାଇଛି। ସମସ୍ତ ବ୍ୟାବସାୟିକ ଓ ଘରୋଇ ପ୍ରତିଷ୍ଠାନ ଯଥା ବିଦ୍ୟୁତ୍ ଦୋକାନ, ବହି ଦେକାନ, ଜେରକ୍ସ ଦେକାନ, ସିମେଣ୍ଟ ଓ ଲୁହାଛଡ଼ ଦୋକାନ, ମୋବାଇଲ ରିଚାର୍ଜ ଦୋକାନ ଆଦି ଦିନ ୧୦ଟାରୁ ୨ଟା ଯାଏ ଖୋଲିବାକୁ କଟକଣା ଜାରି ହୋଇଛି। ତେବେ ସମସ୍ତ ଔଷଧ ଦୋକାନ, ପାଥୋ ଲାବ୍, ଘରୋଇ କ୍ଲିନିକ୍, ପେଟ୍ରୋଲ ପମ୍ପ, ପଶୁ ଡାକ୍ତରଖାନା ଆଦିକୁ କଟକଣାମୁକ୍ତ ରଖାଯାଇଛି।
ସୂଚନାଯୋଗ୍ୟ, ଗତକାଲି ପୋଡାଗଡ଼ର ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ବୋଲି ଚିହ୍ନଟ ହେବା ପରେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ସଂକ୍ରମିତ ଜଣଙ୍କ ପଶ୍ଚିମବଙ୍ଗରୁ ଫେରିଥିବାରୁ ତାଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଏହି ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କ ସହ ଆସିଥିବା ଲୋକଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କୁ ଚିହ୍ନଟ କରାଯାଇ ସଙ୍ଗରୋଧରେ ରଖାଯିବ। ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ଏଥିସହ ବିଭିନ୍ନ ଲୋକଙ୍କର ନମୁନା ସଂଗ୍ରହ କରାଯିବ। ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶ ମିଳିବା ପରେ ତାଙ୍କୁ କେଉଁ ଡାକ୍ତରଖାନାକୁ ପଠାଯିବ ତାହା ନିଷ୍ପତ୍ତି ହେବ ବୋଲି ଜିଲ୍ଲାପାଳ କହିଥିଲେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.