ହାଇଦ୍ରାବାଦ : ତେଲେଙ୍ଗାନାର ବହୁ ଚର୍ଚ୍ଚିତ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରାଯାଇଥିଲା। ଏହାପରେ ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଗାନ୍ଧୀ ହସ୍ପିଟାଲର ଶବଗୃହରେ ସଂରକ୍ଷିତ ରଖାଯାଇଥିଲା। ଶନିବାର ତେଲେଙ୍ଗାନା ହାଇକୋର୍ଟ ପୁଣିଥରେ ସମସ୍ତ ୪ ଅଭିଯୁକ୍ତଙ୍କ ସଂରକ୍ଷିତ ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ଘଟଣାସ୍ଥଳକୁ ୪ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏଟ କରିବା ସମୟରେ ସେମାନେ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲେ। ଏହାସହ ପୋଲିସ ଉପରକୁ ଆକ୍ରମଣ ମଧ୍ୟ କରିଥିଲେ। ଫଳରେ ହାଇଦ୍ରାବାଦ ପୋଲିସ ଏନ୍କାଉଣ୍ଟର କରିବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।
ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
Leave a Comment
Leave a Comment
- Advertisement -
Stay Connected
Comment
- AmunRa Casino on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- Amun Ra on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- Amun Ra Casino on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- implicit declaration of function gettimeofday is invalid in c99 on ମାତିଛନ୍ତି ଅଦୃଶ୍ୟ ଲୁଟେରା; ଦିବା ଲୋକରେ ବ୍ୟାଙ୍କ ସମ୍ନାରୁ ଡ଼ିକି ଭାଙ୍ଗି ଲୁଟି ନେଲେ !
