ବାଲେଶ୍ୱରର ୨ ବର୍ଷର ଶିଶୁକନ୍ୟା, ୩୨ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ

Odisha Hot News
1 Min Read

ଭୁବନେଶ୍ୱର : ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ଫଳରେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି। ତେବେ ବାଲେଶ୍ୱର ଜିଲାରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଦୁଇବର୍ଷର ଶିଶୁକନ୍ୟା ଥିବା ବେଳେ ୩୨ ବର୍ଷୀୟ ଜଣେ ଯୁବକ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାରୁ ପ୍ରକାଶ। ୨ ବର୍ଷର ଶିଶୁକନ୍ୟା ଜଣକ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ରିଗିଡ଼ି ଗ୍ରାମର। ସେହିପରି ୩୨ ବର୍ଷୀୟ ଯୁବକ ବାଲେଶ୍ୱର ରେଲ୍‌ଓ୍ବେ କଲୋନୀର ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ସେହିପରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୪୩ ଜଣ ଚିକିତ୍ସିତ ହେଉଛନ୍ତି।

Share This Article
Leave a Comment