ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନ(ସିଏଏ) କାହାରି ନାଗରିକତା ନେବ ନାହିଁ। ବରଂ ନିର୍ଯାତିତ ଲୋକଙ୍କୁ ନାଗରିକତା ଦେବ। ବିରୋଧୀମାନେ ସଂଖ୍ୟାଲଘୁଙ୍କ ନାଗରିକତା ଚାଲିଯିବା ନେଇ ଅପପ୍ରଚାର କରୁଛନ୍ତି। ଜନତା ଏଥିରେ ବିଶ୍ବାସ କରନ୍ତୁ ନାହିଁ। ଭ୍ରମରୁ ବାହାରି ଆସନ୍ତୁ। ନରେନ୍ଦ୍ର ମୋଦୀଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସମର୍ଥନ କରନ୍ତୁ।
ଆଜି ଭୁବନେଶ୍ବରରେ ସିଏଏ ସମର୍ଥନରେ ହୋଇଥିବା ବିଜେପିର ସମାବେଶରେ ଏମିତି ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସାଧାରଣ ନିର୍ବାଚନ ପରେ ରାଜଧାନୀରେ ପ୍ରଥମ ଥର ପାଇଁ ବିଜେପିର ଶୀର୍ଷ ନେତୃତ୍ବଙ୍କ ଉପସ୍ଥିତିରେ ଏପରି ବିଶାଳ ସମାବେଶର ଆୟୋଜନ କରାଯାଇଥିଲା। ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହ କହିଲେ ଯେ ସିଏଏ ଦ୍ବାରା ସଂଖ୍ୟାଲଘୁମାନଙ୍କ ନାଗରିକତା ଚାଲିଯିବ ବୋଲି କିଛି ବିରୋଧୀ ଦଳ ଅପପ୍ରଚାର କରୁଛନ୍ତି। ଦେଶର କୌଣସି ମୁସଲ୍ମାନ କିମ୍ବା ଅନ୍ୟ ସଂଖ୍ୟାଲଘୁଙ୍କ ନାଗରିକତା ଯିବ ନାହିଁ ବୋଲି ବାରମ୍ବାର ଆମେ ସ୍ପଷ୍ଟ କରୁଛୁ। ସିଏଏ କାହାର ନାଗରିକତା ଛଡ଼ାଇବ ନାହିଁ, ବରଂ ମାନବିକତା ଦୃଷ୍ଟି କୋଣରୁ କିଛି ନିର୍ଯାତିତ ଲୋକଙ୍କୁ ନାଗରିକତା ପ୍ରଦାନ କରି ବଞ୍ଚିବାର ସାହାରା ଦେବ। କିଛି ଦେଶରେ ଧାର୍ମିକ ଦୃଷ୍ଟିରୁ ସଂଖ୍ୟାଲଘୁ ଲୋକଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ସେମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ସମାଜର ମୁଖ୍ୟସ୍ରୋତରେ ସେମାନେ ସାମିଲ ହୋଇପାରୁ ନାହାନ୍ତି। ସେମାନଙ୍କ ଦୁଃଖଦୁର୍ଦ୍ଦଶା କଥା କିଏ ଚିନ୍ତା କରୁଛି?
ଏଠି ମାନବିକତା କୁଆଡ଼େ ଗଲା? ୬୦ ଦଶକରେ କଂଗ୍ରେସର ବହୁ ନେତା ଏପରି ଲୋକମାନଙ୍କୁ ନାଗରିକତା ଦେବା ସପକ୍ଷରେ ଥିଲେ। ଏବେ କଂଗ୍ରେସ କାହିଁକି ବିରୋଧ କରୁଛି? ଯେଉଁମାନେ ନିର୍ଯାତିତ ହୋଇ ବଞ୍ଚିବା ଆଶାରେ ଆସୁଛନ୍ତି, ସେମାନଙ୍କୁ ନାଗରିକତା ପ୍ରଦାନ କରିବାରେ ଭୁଲ୍ ରହିଲା କେଉଁଠି?
ସିଏଏ ବାଦ୍ ନରେନ୍ଦ୍ର ମୋଦୀ ନିକଟରେ ଆଉ ଦୁଇଟି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ସେହି ଅଞ୍ଚଳକୁ ଭାରତର ମୁକୁଟ କରିଛନ୍ତି। ସାରା ଦେଶବାସୀ ଏହା ହିଁ ଚାହୁଁଥିଲେ। ରାମ ଜନ୍ମଭୂମିରେ ଆକାଶଛୁଆଁ ରାମମନ୍ଦିର ନିର୍ମାଣ କରିବା ପାଇଁ ଟ୍ରଷ୍ଟ ଗଠନ ସରିଛି। ଖୁବ୍ ଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ ହେବ ଓ ରାମଲାଲା ପୂଜା ପାଇବେ ବୋଲି ଗୃହ ମନ୍ତ୍ରୀ କହିଥିଲେ।
ଓଡ଼ିଶାରେ ବିଜେପିର ସ୍ଥିତି ନେଇ ଶ୍ରୀ ଶାହ କହିଲେ, ଗତ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ବିଜେପିକୁ ଲୋକସଭାରେ ୮ଟି ସିଟ୍ ଦେଇଥିବାରୁ ଧନ୍ୟବାଦ। ପୂର୍ବ ଭାରତରେ ବିଜେପିର ଉତ୍ଥାନ ପାଇଁ ଓଡ଼ିଶା ବିଜେପି ଏକ ପରିବେଶ ସୃଷ୍ଟି କରିଛି। ଏଠାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳରୁ ତଳକୁ ଖସିଆସିିଛି। ବିଜେପି ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହୋଇଛି। ନିର୍ବାଚନରେ ଆମକୁ ୯୧ ଲକ୍ଷ ଭୋଟ୍ ମିଳିଥିବା ବେଳେ ବିଜେଡିକୁ ୧.୧ କୋଟି ଭୋଟ୍ ମିଳିଥିଲା। ଆଉ ଗୋଟିଏ ବଡ଼ ଲମ୍ଫ ପ୍ରଦାନ କଲେ ଓଡ଼ିଶାରେ ବିଜେପି ଶୀର୍ଷ ସ୍ଥାନକୁ ଉଠିପାରିବ।
ମୋଦୀ ସରକାରଙ୍କର ଓଡ଼ିଶାକୁ ଅନୁଦାନ ସମ୍ପର୍କରେ ଉଲ୍ଲେଖ କରି ଗୃହ ମନ୍ତ୍ରୀ କହିଲେ ଯେ ନରେନ୍ଦ୍ର ମୋଦୀ ସରକାରକୁ ଆସିବା ପୂର୍ବରୁ କେନ୍ଦ୍ରରେ ମନମୋହନ ସିଂହ-ସୋନିଆ ଗାନ୍ଧୀଙ୍କ ସରକାର ୧୦ ବର୍ଷ ଚାଲିଥିଲା। ଏହି ସମୟ ମଧ୍ୟରେ ଓଡ଼ିଶାକୁ ମିଳିଥିଲା ମାତ୍ର ୭୯ ହଜାର କୋଟି ଟଙ୍କା। କିନ୍ତୁ ୫ ବର୍ଷରେ ନେରନ୍ଦ୍ର ମୋଦୀ ୨,୧୧,୫୧୦ କୋଟି ଟଙ୍କା ଦେଲେ। ଓଡ଼ିଶାର ବିକାଶ ପାଇଁ କାହାର ଆନ୍ତରିକତା ଅଛି, ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। କେବଳ ଓଡ଼ିଶା ନୁହେଁ, ସମଗ୍ର ପୂର୍ବ ଭାରତର ବିକାଶ କରିବା ପାଇଁ କେନ୍ଦ୍ର ସରକାର ୫ ବର୍ଷରେ ଯାହା କରିଛି, କଂଗ୍ରେସ ୫୫ ବର୍ଷରେ ତାହା କରି ନ ଥିଲା।
ନିର୍ବାଚନ ପୂର୍ବରୁ ପ୍ରତି ସଭାରେ ବିଜେଡିକୁ ପ୍ରତି କଡ଼ା ଶବ୍ଦ ପ୍ରୟୋଗ କରୁଥିବା ଶ୍ରୀ ଶାହ ଆଜି ପଦୁଟିଏ ବି ସମାଲୋଚନା କରି ନ ଥିଲେ। କେବଳ ପରାମର୍ଶ ଛଳରେ କହିଥିଲେ, ଏଠାରେ ନବୀନ ବାବୁଙ୍କ ସରକାର, ଜନମତକୁ ସମ୍ମାନ ଦେଉଛୁ। କେନ୍ଦ୍ର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନଙ୍କୁ ଅନୁରୋଧ କରୁଛୁ।
ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ପୂର୍ବ ଭାରତର ବିକାଶ ବିନା ଦେଶର ବିକାଶ ଅସମ୍ଭବ ଏବଂ ଏହି ବିକାଶରେ ଓଡ଼ିଶା ଅଗ୍ରଭାଗରେ ରହିବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପ୍ରଥମ ଥର ପାଇଁ ପୂର୍ବାଞ୍ଚଳ ରାଜ୍ୟସମୂହ ବୈଠକକୁ ଭୁବନେଶ୍ବରରେ ଆୟୋଜନ କରି ପୂର୍ବ ଭାରତ ତଥା ଓଡ଼ିଶାର ବିକାଶ କଥା ଚିନ୍ତା କରୁଛନ୍ତି। ଫନୀରେ ବିଧ୍ବସ୍ତ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଐତିହାସିକ ସହାୟତା ଘୋଷଣା କରିଛନ୍ତି। ମୋଦୀ ସରକାର ମୋଟ ୪୬୭୮.୨୨ କୋଟି ଟଙ୍କା ଫନୀ ସହାୟତା ଦେଇଛନ୍ତି। ଅତୀତରେ ଓଡ଼ିଶାକୁ ଏତେ ମାତ୍ରାରେ ସହାୟତା କେବେ ମିଳି ନ ଥିଲା। ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ରାଜପଥ, ଉପକୂଳ ରାଜପଥ, ରେଳ ଲାଇନ୍, କାମ୍ପା ପାଣ୍ଠିକୁ ପ୍ରାଧାନ୍ୟ ଦେବା ସହ ପାଇକ ବିଦ୍ରୋହକୁ ସ୍ବୀକୃତି େଦଇଛନ୍ତି। ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ଦେବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି। ଏହାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।
ରାଜ୍ୟରେ ବିଜେପିର ସାଂଗଠନିକ ସ୍ଥିତି ସମ୍ପର୍କରେ ଶ୍ରୀ ପ୍ରଧାନ କହିଲେ ଯେ ଓଡ଼ିଶାରେ ସଶକ୍ତ ବିଜେପି ସଂଗଠନ ତିଆରି କରିବା ପାଇଁ ମୋଦୀ ଓ ଶାହଙ୍କ ଚେଷ୍ଟା ଜାରି ରହିଛି। ଓଡ଼ିଆ ଲୋକଙ୍କ ଆଶୀର୍ବାଦରୁ ୮ ଜଣ ଓଡ଼ିଆ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ଭାବେ ଦାୟିତ୍ବ ମଳିଛି। ବୁଥ୍ ମଜବୁତ୍ ହେଲେ ଦଳ ମଜୁବତ୍ ହେବ ବୋଲି ଶ୍ରୀ ଶାହ ବାରମ୍ବାର କହୁଛନ୍ତି। ଆଗାମୀ ଦିନରେ ଓଡ଼ିଆ ଲୋକଙ୍କ ମନ ଜିତିବା ପାଇଁ ବିଜେପି କଠୋର ପରିଶ୍ରମ କରିବ ଓ ମୋଦୀ-ଶାହଙ୍କ କଳ୍ପନାକୁ ସାକାର କରିବ। ଗାଁ ଗଣ୍ଡାରେ ରାଜନୈତିକ ଲଢ଼େଇକୁ ଆହୁରି ସକ୍ରିୟ କରିବା ପାଇଁ କାର୍ଯ୍ୟକର୍ତ୍ତାମାେନ ସଂକଳ୍ପ ନେବାକୁ ସେ ଆହ୍ବାନ ଦେଇଥିଲେ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସଭାପତିତ୍ବ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଶ୍ରୀ ଶାହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów. Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.