ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ସରପଞ୍ଚ

Odisha Hot News
1 Min Read

କୋରାପୁଟ: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ କୋରାପୁଟ ଜିଲ୍ଲାର ଜଣେ ମହିଳା ସରପଞ୍ଚ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନା ଅନୁଯା୍ୟୀ, କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ୍ ଅନ୍ତର୍ଗତ ମୁଜାଙ୍ଗ ସରପଞ୍ଚ ରଇଲା ମାଝି ଏକ ପୋଖରୀ ଖୋଳାଇବା ପାଇଁ ଅଭିଯୋଗକାରୀ ଗଙ୍ଗାଧର ସାଉଁଟାଙ୍କଠାରୁ ୨୦ ହଜାର ଲାଞ୍ଚ ନେଉଥିଲେ। ସେ କୋରାପୁଟ ସଦର ଥାନା ଅନ୍ତର୍ଗତ ଭେଜାପୁଟର ନିଜ ଘରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାଯାଇଛି। ଲାଞ୍ଚ ମାଗିବା ସହ ଗ୍ରହଣ କରିଥିବା ବେଳେ ରଇଲା ମାଝିଙ୍କୁ ଗିରଫ କରାଯାଇଛି। କେରାପୁଟ ଭିଜିଲାନ୍ସ ପକ୍ଷରୁ ଏହି ଚଢଉ କରାଯାଇଥିଲା।

ଅଭିଯୋଗକାରୀ ଗଙ୍ଗାଧର ସାଉଁଟାଙ୍କ ଘର କୋରାପୁଟ ସଦର ଥାନା ଅନ୍ତର୍ଗତ ବକ୍ତଗୁଡ଼ାରେ ବୋଲି ଜଣାଯାଇଛି। ଗଙ୍ଗାଧର ଏକ ଗ୍ରାମ ପୋଖରୀ କାମର ଓ୍ବାର୍କ ଅର୍ଡର୍ ଜାରି କରିବା ପାଇଁ ଅନେକ ଦିନ ଧରି ଅନୁରୋଧ କରି ଆସୁଥିଲେ। ହେଲେ ସରପଞ୍ଚ ରଇଲା ମାଝି ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏନେଇ ଗଙ୍ଗାଧର ଭିଜିଲାନ୍ସକୁ ଜଣାଇଥିଲେ। ଏହାପରେ ସରପଞ୍ଚ ରଇଲା ମାଝିଙ୍କ ଘରେ ଚଢଉ କରି ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍।

Share This Article