ଭୁବନେଶ୍ୱର : ଓଡ଼ିଶାରୁ ବିଇଡି ପରୀକ୍ଷା ଦେବା ପାଇଁ ଆସି ଆନ୍ଧ୍ରପ୍ରଦେଶରେ ପ୍ରାୟ ୪୫ଜଣ ଓଡ଼ିଆ ଛାତ୍ରୀଛାତ୍ର ଫସିଥିଲେ। ଏହି ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିର୍ଦ୍ଦେଶକ୍ରମେ ସୁବିଧାରେ ଓଡ଼ିଶା ଫେରାଇ ଦିଆଯାଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶସମ୍ ଜିଲା ମିର୍ଜାପୁରମ୍କୁ ବିଇଡି ପରୀକ୍ଷା ଦେବା ଲାଗି ଓଡ଼ିଶାରୁ ୧୫୦ଜଣ ଛାତ୍ରୀଛାତ୍ର ଆସିଥିଲେ। ସେମାନଙ୍କ ମଧ୍ୟରେ ଗତ ୧୯ତାରିଖରେ ୧୦୫ଜଣ ରାଜ୍ୟକୁ ଫେରି ଆସିଥିବାବେଳେ ୪୫ଜଣ ରହିଯାଇଥିଲେ। କରୋନା ସଂକ୍ରମଣ ଯୋଗୁ ସାରା ରାଜ୍ୟ ଲକ୍ ଡାଉନ ହେବାପରେ ଛାତ୍ରୀଛାତ୍ରମାନେ ସେଠାରେ ଫସିଯାଇଥିଲେ। ଏନେଇ ପିଲାମାନଙ୍କ ଅଭିଭାବକମାନେ ଆନ୍ଧ୍ର ରାଜ୍ୟପାଳଙ୍କୁ ଅନୁରୋଧ କରିବାପରେ ହରିଚନ୍ଦନ ତୁରନ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାର ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଏକ ବସ୍ କରି ପିଲାମାନଙ୍କୁ ଓଡ଼ିଶା ଫେରାଇ ଆଣିଛନ୍ତି।
ଓଡ଼ିଶା ଫେରିଲେ ଆନ୍ଧ୍ରରେ ଫସିଥିବା ୪୫ ବିଇଡି ଛାତ୍ରୀଛାତ୍ର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Angelothini on ଆଜିର ରାଶିଫଳ
- RandallLam on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- JuliusKeelt on ୪୦ ଡିଗ୍ରି ଉପରେ ୯ ସହର
- Angelothini on ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ମୃତ, ମୃତକଙ୍କ ପରିଚେୟ ଅସ୍ପଷ୍ଟ!
- JamesCax on ପୁଲଓାମା ଆକ୍ରମଣ: ଭାରତର ଉଗ୍ର ରୂପ ଦେଖି ଡରିଲା ପାକ୍, ଜାତିସଂଘର ଶରଣ ଲୋଡିଲା
