ଭୁବନେଶ୍ବର : ସମବାୟ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ଯୋଗୁ ଚାଷୀ ଋଣ ପାଇପାରୁନି। ଏପରିକି ବିହନ ପାଇଁ ଋଣ କରିବାକୁ ଯାଉଥିବା ଚାଷୀ ବ୍ୟାଙ୍କରେ ଶୋଷଣର ଶିକାର ହେଉଛି। କୌଣସି ମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ନାହିଁ। ଉତ୍ପାଦନ ବଢ଼ାଇବାକୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିବାବେଳେ ଚାଷୀ ଅଧିକ ଉତ୍ପାଦନ କରିଲେ ବି ତାଠାରୁ ଧାନ କିଣାଯାଉନି। ସମବାୟ ଓ ଯୋଗାଣ ବିଭାଗର ଏପରି ଚରମ ଅପାରଗତାର ଗୁମର ଫିଟାଇଛି ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି। ସେହିପରି ଟଙ୍କିକିଆ ଚାଉଳ ଯୋଜନାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଯେତିକି ବ୍ୟୟ ବରାଦ ହୋଇଛି ସେ ଅର୍ଥ ହିତାଧିକାରୀଙ୍କୁ ଚାଉଳ ଯୋଗାଇବାରେ ପର୍ଯ୍ୟାପ୍ତ ହେବନି ବୋଲି କହିଛି ଯୋଗାଣ ବିଭାଗ ସ୍ଥାୟୀ କମିଟି।
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସମବାୟ ଏବଂ ଖାଦ୍ୟ ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଉପରେ ତର୍ଜମା କରି ବିଧାନସଭା ସ୍ଥାୟୀ କମିଟି ସରକାରଙ୍କ ଦୋଷ ତ୍ରୁଟିକୁ ପଦାରେ ପକାଇଛି। ସମବାୟ ବିଭାଗ ସ୍ଥାୟୀ କମିଟି ରିପୋର୍ଟ ଅନୁଯାୟୀ, ରାଜ୍ୟରେ କୌଣସି ବି ମଣ୍ଡିରେ ଚାଷୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇନି। ଏପରିକି ମଣ୍ଡିରେ ଶୌଚାଳୟ ବି ନାହିଁ। ମଣ୍ଡିରେ ପର୍ଯ୍ୟାପ୍ତ ଭଣ୍ଡାର ଘରର ଅଭାବ ରହିଛି। ଫଳରେ ବର୍ଷା ହେଲେ ଚାଷୀର ଧାନ ଓଦା ହୋଇ ନଷ୍ଟ ହେଉଛି। ବାଧ୍ୟ ହୋଇ ଚାଷୀ କ୍ଷତି ସହୁଛି କିମ୍ବା ଅଭାବୀ ବିକ୍ରିର ଶିକାର ହେଉଛି। ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକରେ ବ୍ୟାପକ ଦୁର୍ନୀତି ଓ ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ କମିଟି ରିପୋର୍ଟରେ ଉଲ୍ଲେଖ କରିଛି। ପ୍ରାଥମିକ ସମବାୟ ସମିତିର କର୍ମଚାରୀ ଓ ସମବାୟ ବ୍ୟାଙ୍କର ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଶୋଷଣର ଶିକାର ହେଉଛି। ବଲାଙ୍ଗୀର ଡିସିସିବିର ଉଦାହରଣ ଦେଇ କମିଟି ଦର୍ଶାଇଛି, ଓଡ଼ିଶା ହାଇକୋର୍ଟ ସମ୍ପୃ୍କ୍ତ ବ୍ୟାଙ୍କର ଦୁର୍ନୀତି ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବି ହାଇକୋର୍ଟଙ୍କ ନିର୍ଦ୍ଦେଶ ଏ ଯାଏଁ କାର୍ଯ୍ୟକାରୀ ହୋଇନି।
ଅଣ-ଏଫ୍ଏକ୍ୟୁ ଧାନ ପାଇଁ ଏମ୍ଏସ୍ପି ନିର୍ଦ୍ଧାରଣ ହୋଇ ନ ଥିବାରୁ ଚାଷୀଟିଏ ତାର ଉତ୍ପାଦ ବିକ୍ରି କରିପାରୁନି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଣ-ଏଫ୍ଏକ୍ୟୁ ଧାନକୁ ଏଫ୍ଏକ୍ୟୁରେ ପରିବର୍ତ୍ତନ କରିବା ପାଇଁ ଯେଉଁ ମେସିନ ଦରକାର ତା ଏପର୍ଯ୍ୟନ୍ତ କୌଣସି ବି ମଣ୍ଡିରେ ସରକାର ଯୋଗାଇନାହାନ୍ତି। ଅଣ-ଏଫ୍ଏକ୍ୟୁ ମାନର ଧାନର ମୂଲ୍ୟ ନିର୍ଦ୍ଧାରଣ ପାଇଁ କେନ୍ଦ୍ରକୁ ଚିଠି ଲେଖିବାକୁ କମିଟି ସରକାରଙ୍କୁ ସୁପାରିସ କରିଛି। ଅନ୍ୟପଟେ ଏଫ୍ଏକ୍ୟୁ ମାନର ଧାନ ପରୀକ୍ଷା କରିବା ପାଇଁ କୌଣସି ମଣ୍ଡିରେ ବି ମେସିନ ନ ଥିବାରୁ କମିଟି ଉଦବେଗ ପ୍ରକାଶ କରିଛି। କମିଟି ପୁଣି ଉଲ୍ଲେଖ କରିଛି, ଏଫ୍ଏକ୍ୟୁ ମାନର ଧାନ ଦେଉଥିବା ଚାଷୀକୁ ମିଲର ଦୁଆରେ ଧାନ ଦେବାକୁ ବାଧ୍ୟ କରାଯାଉଛି। ନିୟମାନୁଯାୟୀ ଏଫ୍ଏକ୍ୟୁ ମାନର ଧାନ ଆଣିଥିବା ଚାଷୀର ଧାନ ମଣ୍ଡିରେ କିଣାଯିବା ପରେ ସେ ଧାନକୁ ଚାଷୀ ମଣ୍ଡିରେ ଅଜାଡ଼ି ଦେଇ ତାର ଅଖା ବା ମୁଣା ନେଇଯିବ। ଅଥଚ ଏ କ୍ଷେତ୍ରରେ କମିଟିର ରିପୋର୍ଟ ଅନୁଯାୟୀ ଚାଷୀକୁ ମିଲର ପାଖରେ ଧାନ ଦେବାକୁ ବାଧ୍ୟ କରାଯାଉଛି। ମିଲକୁ ଧାନ ନେବା ପରେ ମିଲ ମାଲିକ ଚାଷୀଠୁ ଧାନ ଅଖା ସହ ୫ କିଲୋଗ୍ରାମରୁ ୧୦ କିଲୋଗ୍ରାମ କାଟି ରଖୁଛି। ଏପରିକି ଏମଏସପିଠାରୁ କମ ମୂଲ୍ୟ ବି ଚାଷୀ ପାଉଛନ୍ତି।
ଖାଦ୍ୟ ଓ ଯୋଗାଣ ବିଭାଗର ଦୋଷ ଦୁର୍ବଳତା ଉପରେ ବିଭାଗୀୟ ସ୍ଥାୟୀ କମିଟି ଦର୍ଶାଇଛି, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚଳିତବର୍ଷ ଏପ୍ରିଲ ୨୫ ତାରିଖ ସୁଦ୍ଧା ରାଜ୍ୟର ୮୬ ଲକ୍ଷ ୮୪ ହଜାର ୩୮୯ ପରିବାରର ୩ କୋଟି ୨୨ ଲକ୍ଷ ୯୯ ହଜାର ୫୬୨ ଜଣ ହିତାଧିକାରୀ ଟଙ୍କିକିଆ ଚାଉଳ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କୁ ଟଙ୍କିକିଆ ଚାଉଳ ଯୋଗାଇବାକୁ ହେଲେ ସରକାରଙ୍କୁ ୧ ହଜାର ୨୧୧ କୋଟି ୯୦ ଲକ୍ଷ ୬୧ ହଜାର ଟଙ୍କା ଆବଶ୍ୟକ। କିନ୍ତୁ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ଏଥିପାଇଁ ୯୭୫ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି। ବାକି ୨୩୬ କୋଟି ୪୮ ଲକ୍ଷ ୬୧ ହଜାର ଟଙ୍କା ଅତିରିକ୍ତ ବଜେଟରେ ଦେବାକୁ କମିଟି ସରକାରଙ୍କୁ ସୁପାରିସ କରିଛି।
ଗୋଟିଏ ପଟେ ସରକାର ଧାନ ଉତ୍ପାଦନ ବୃଦ୍ଧି କରିବାକୁ ପରାମର୍ଶ ଦେବା ସହ ବିଭିନ୍ନ ପ୍ରୋତ୍ସାହନ ଦେଉଛନ୍ତି। ଅନ୍ୟପଟେ ଚାଷୀ ଭଲ ଅମଳ କଲେ ତାର ସବୁ ଅମଳ ହୋଇଥିବା ଧାନକୁ ସରକାର କିଣୁନାହାନ୍ତି। ଧାନ ସଂଗ୍ରହ ପାଇଁ ସରକାର ଧାର୍ଯ୍ୟ କରିଥିବା ନିୟମାନୁଯାୟୀ ଖରିଫ ଋତୁ ପାଇଁ ଜଳସେଚିତ ଜମିରୁ ଅମଳ ହୋଇଥିବା ଧାନ ପାଇଁ ଏକର ପିଛା ୧୯ କୁଇଣ୍ଟାଲ ଧାନ କିଣାଯିବ ଓ ଅଣଜଳସେଚିତ ଜମିରୁ ଅମଳ ହୋଇଥିବା ଧାନ ପାଇଁ ଏକର ପିଛା ୧୩ କୁଇଣ୍ଟାଲ କିଣାଯିବ। ରବି ଋତୁରେ ବରଗଡ଼, ସମ୍ବଲପୁର ଓ ସୋନପୁର ଜିଲ୍ଲାର ଚାଷୀ ସରକାରଙ୍କୁ ମାତ୍ର ୨୬ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ବିକିପାରିବେ। ବାକି ଜିଲ୍ଲାର ଚାଷୀଙ୍କଠୁ ୨୪ କୁଇଣ୍ଟାଲ ଧାନ କିଣାଯିବାକୁ ସରକାର ନିୟମ ଧାର୍ଯ୍ୟ କରିଛନ୍ତି। ଏପରି ହେବା ଯୋଗୁଁ ଚାଷୀ ଭଲ ଉତ୍ପାଦନ କରିଥିଲେ ବି ସେ ତାର ସବୁ ଧାନ ବିକିପାରୁନି। ଫଳରେ ଦଲାଲ ଓ ଅସାଧୁ ମିଲ ମାଲିକମାନଙ୍କର ଶୋଷଣର ଶିକାର ହେଉଛି। ଏ ନିୟମକୁ ପରିବର୍ତ୍ତନ କରି ଚାଷୀ ଅମଳ କରିଥିବା ସବୁ ଧାନ କିଣିବାକୁ ସରକାରଙ୍କୁ କମିଟି ସୁପାରିସ କରିଛି।
ବିଧାନସଭାର ଏହି ଦୁଇଟି ବିଭାଗର ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଥିବାବେଳେ ବଦ୍ରିନାରାୟଣ ପାତ୍ର, ଅରବିନ୍ଦ ଢାଲି, ସତ୍ୟ ନାରାୟଣ ପ୍ରଧାନ, ପ୍ରଶାନ୍ତ କୁମାର ଜଗଦ୍ଦେବ, ମହୀଧର ରଣା, ମନୋହର ରନ୍ଧାରୀ, ଭାସ୍କର ମଢ଼େଇ, ମଞ୍ଜୁଳା ସ୍ବାଇଁ, ପ୍ରଦୀପ କୁମାର ଦିଶାରି ଓ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ବିଧାୟକମାନେ ସଦସ୍ୟ ଅଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?