ମୁମ୍ବାଇ,- ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍ ନିଲାମ ପ୍ରକ୍ରିୟା ପୂର୍ବରୁ ପ୍ରଥମ ଖେଳାଳି ଭାବେ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡି କକ୍ଙ୍କୁ ଗତ ଅକଶନରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର (ଆର୍ସିବି) ଦଳ ୨.୮ କୋଟି ଟଙ୍କାର କିଣିଥିଲା। ସେ ୨୦୧୮ ସିଜନରେ ୮ ମ୍ୟାଚ୍ ଖେଳି ୧୨୪.୦୭ ଷ୍ଟ୍ରାଇକ ରେଟ୍ରେ ୨୦୧ ରନ୍ କରିଥିଲେ। ମିଳିଥିବା ସୂଚନା ମୁତାବକ ଏହି ବିସ୍ଫୋରକ ଓପନରଙ୍କୁ ସମାନ ମୂଲ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚଇଜ୍ କିଣିବା ସ୍ପଷ୍ଟ ହୋଇଛି। ଏଥିସହ ମୁମ୍ବାଇ ଦଳ ମୁସ୍ତାଫିଜୁର ରେହମାନ (୨.୨ କୋଟି) ଓ ଶ୍ରୀଲଙ୍କା ଅଫ୍ ସ୍ପିନର ଅକିଲା ଦନଞ୍ଜୟ (୫୦ ଲକ୍ଷ) ବିଦା କରିଛି। ଦଳରେ ପୂର୍ବରୁ ଇଶାନ କିଶାନ ଓ ଆଦିତ୍ୟ ତାରେଙ୍କ ଭଳି ଉଇକେଟକିପର ଅଛନ୍ତି। ଏଣୁ ଡି କକ୍ଙ୍କୁ ଦଳର ଉପରକ୍ରମରେ ବ୍ୟାଟିଂ କରିବେ ଆଶା କରାଯାଉଛି। କିନ୍ତୁ ସୂର୍ଯ୍ୟକୁମାର ଯାଦବ ଓ ଇଭିନ ଲୁଇସ ଓପନିଂ କରୁଥିବାବେଳେ ୩ୟ କ୍ରମରେ କିଶାନ ବ୍ୟାଟିଂ କରନ୍ତି। କିନ୍ତୁ ଗତ ସିଜନର ଶେଷ ଆଡ଼କୁ ଲୁଇସ୍ ଆଖିଦୃଶିଆ ପ୍ରଦର୍ଶନ କରି ପାରି ନ ଥିଲେ। ଏହା ଡି କକ୍ଙ୍କୁ ଦଳକୁ ଆଣିବାର କାରଣ ହୋଇପାରେ। ସେ ଆର୍ସିବି ପକ୍ଷରୁ ଖେଳିବା ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ ଓ ସନରାଇର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ। ନିୟମ ଅନୁଯାୟୀ ୨୦୧୮ ସିଜନ ଶେଷ ହେବା ପରେ ଓ ନିଲାମ ପ୍ରକ୍ରିୟା ଆରମ୍ଭ ହେବାର ଏକ ମାସ ପୂର୍ବରୁ ପ୍ରତ୍ୟେକ ଦଳ ୨ ଖେଳାଳିଙ୍କୁ ପରିବର୍ତ୍ତନ କରିବାକୁ ଅଧିକାର ଦିଆଯାଇଛି।
ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
Leave a Comment
Leave a Comment
- Advertisement -
Stay Connected
Comment
- reglan injection on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- lasix pill on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- levitra on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- metoprolol tart on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
