ଛୁଟି ଘୋଷଣା ପରେ ମଧ୍ୟ ନିୟମ ଉଲ୍ଲଂଘନ କରୁଛନ୍ତି ଅନେକ ଶିକ୍ଷାନୁଷ୍ଠାନ: କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

Odisha Hot News
0 Min Read

ଭୁବନେଶ୍ଵର: ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୨ ଅପ୍ରେଲ ୨୦୨୫ରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ନିୟମର ଉଲ୍ଲଂଘନ ହେଉଥିବା ବିଭାଗର‌ ଦୃଷ୍ଟିଗୋଚର ହୋଇଛି। ଏନେଇ ଏକ ନିର୍ଦ୍ଦେଶନାମା ସମସ୍ତ ଜିଲ୍ଲାକୁ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯେଉଁଠାରେ ସରକାରୀ ନିର୍ଦ୍ଦେଶନାମା ପାଳନ କରାଯାଉନଥିବା ଦୃଷ୍ଟିଗୋଚର ହୁଏ ତେବେ ସେଠାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।

Share This Article