କେନ୍ଦ୍ରର ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ପାଇଁ ଓଡିଶାର ଦୁଇ ସାଂସଦଙ୍କ ପାଖକୁ ଆସିଲା ଫୋନ କଲ

Odisha Hot News
1 Min Read

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତାଙ୍କ ସହିତ ମନ୍ତ୍ରୀ ମଣ୍ଡଳର ମଧ୍ୟ ଶପଥ ଗ୍ରହଣ ହେବ। ତେବେ ମୋଦିଙ୍କ ଏହି ତୃତୀୟ ପାଳିରେ କେଉଁମାନେ ମନ୍ତ୍ରୀହେବେ ସେ ନେଇ ଆଶା ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ତେବେ ଏହି ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ଓଡିଶାରେ ଦୁଇ ସାଂସଦଙ୍କ ପାଖକୁ ଫୋନ କଲ ଆସିଥିବାର ଜଣାପଡିଛି।

ସୂଚନା ଅନୁସାରେ ଓଡିଶା ସାଂସଦ ଅଶ୍ବିନୀ ବୈଷ୍ଣବ ଏବଂ ଜୁଏଲ ଓରାମଙ୍କ ପାଖକୁ ଫୋନ କଲ ଆସିଛି। ସେମାନେ ଫୋନ ପାଇବା ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଉଛନ୍ତି। ପୂର୍ବରୁ ଉଭୟ ମୋଦି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ। ଅଶ୍ବିନୀ ବୈଷ୍ଣବଙ୍କୁ ଏଥର ମଧ୍ୟ ସେହିପରି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବ ବୋଲି ଆଶା କରାଯାଉଛି।

Share This Article