ଭୁବନେଶ୍ୱର ; ଆସିଲାଣି ମଜା, ଏବେ ରାଜନୀତିରେ ଖାଲି ଚାଷୀ ହିଁ ଚାଷୀ । ଦେଶର ଭୋଟ୍ ବ୍ୟାକୁଳ ରାଜନିତିଆଙ୍କ ପାଇଁ କର୍ପୋରେଟ ମୁର୍ଦା ଠାରୁ କୃଷି ଓ କୃଷକଙ୍କ ମୁର୍ଦା ଭାରି ପଡ଼ିଛି । ଦେଶ ରାଜନୀତିରେ କୋମାରେ ଥିବା କଂଗ୍ରେସ ଚାଷୀଙ୍କୁ ହାତବାରିସ କରି ପ୍ରଥମେ କର୍ଣର୍ାଟକକୁ ଦଖଲ କରିବା ପରେ ଏବେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କ୍ଷମତାକୁ ଫେରିଛି । ଯାହା ପରେ ଦେଶ ରାଜନୀତିରେ କର୍ପୋରେଟ ହାଉସଙ୍କ ପ୍ରାଧାନ୍ୟ ଫିକା ପଡ଼ିଥିବା ବେଳେ ଚାଷୀର ପ୍ରଧାନ୍ୟ ବଢି ଯାଇଛି । ଦେଶ ସ୍ୱାଧିନତାର ୭୦ ବର୍ଷ ପରେ ପ୍ରଥମ କରି ଶାସକ ବିରୋଧିଙ୍କ ମଧ୍ୟରେ ଚାଷ ଓ ଚାଷୀମାନଙ୍କ ପାଇଁ ପ୍ରତିଯୋଗିତା ଦେଖିବାକୁ ମିଳିଛି । ବିଶେଷକରି ଦେଶର ବଡ଼ ଭୋଟ ବ୍ୟାଙ୍କ ଚାଷୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବା ମହାଙ୍ଗା ପଡ଼ିଛି । ଗତ ୩ଟି ରାଜ୍ୟରେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ପରେ ରାଜ୍ୟର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖି ଋଣଛାଡ଼ କରିଛି । ପ୍ରଥମେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାର୍ଯ୍ୟକାରୀ ହୋଇଥିବା ବେଳେ ରାଜସ୍ଥାନରେ ଏହା ଅନ୍ତିମ ପର୍ଯ୍ୟାୟରେ ରହିଛି । କଂଗ୍ରେସ କର୍ପୋରେଟ ହାଉସ ପ୍ରୀତି ଛାଡ଼ି ଚାଷୀଙ୍କ ପ୍ରତି ଅହେତୁକୁ ଅନୁକମ୍ପା ଯାହା ଶାସକ ବିଜେପି ସହିତ ଆଂଚଳିକ ଦଳ ମଧ୍ୟରେ ଭୁମିକମ୍ଫ ସୃଷ୍ଟି କରିଛି ।
ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଶାସକ, ବିରୋଧି ସମେତ ଦେଶର ସମସ୍ତ ଆଂଚଳିକ ଦଳ କୃଷି ଓ କୃଷକର ମୁର୍ଦା ରଖି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି । ଯାହା ଆମ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାସହ ୩ ପ୍ରମୁଖ୍ୟ ଦଳ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ଚାଷୀର ଋଣଛାଡ଼ ପ୍ରତିଯୋଗିତା ଦେଖିବାକୁ ମିଳିଛି । କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆରମ୍ଭରୁ ଏହି ସ୍ୱର ଭୋଟରଙ୍କ ନିକଟରେ ଉଠାଇଥିବା ବେଳେ ଏବେ ବିଜେପି ଓ ଶାସକ ବିଜେଡି ମଧ୍ୟରେ ଚାଷୀର ସ୍ୱର ଦେଖିବାକୁ ମିଳିଛି । ଗୋଟାଏ ପଟେ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ଚାଷୀର ଋଣଛାଡ଼ କରିବା ନେଇ ପ୍ରେସମିଟ୍ କରି ଘୋଷଣା କରିବା ପରେ ଶାସକ ବିଜେଡିର ଚିନ୍ତା ବଢାଇଥିଲା । ଏହା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ କୃଷକର ନେତୃତ୍ୱ ପାଇଁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି । ଯାହା ଆଗାମି ଦିନରେ ରାଜ୍ୟ ଚାଷୀଙ୍କ ନିକଟତର ହେବାକୁ ଦଳ ପ୍ରୟାସ କରିବା ନେଇ ରାଜନିତିଜ୍ଞ ମହଲରେ ଚର୍ଚ୍ଚା ହେଉଛି ।
ଏଠି କଥା ଉଠୁଛି ଯେଉଁ ଭୋଟ ବ୍ୟାକୁଳ ଦଳ ମାନେ ଚାଷୀର ଋଣ ଛାଡ଼ ପାଇଁ ମିଛକାନ୍ଦ କାନ୍ଦୁଛନ୍ତି ଏହା ବାସ୍ତବରେ କେତେ ସତ୍ୟତା ଅଛି ? ଚାଷୀମାନଙ୍କ ପାଇଁ ଯେଉଁ ସ୍ୱର ଏବେ ସାରା ଦେଶରେ ଉଠୁଛି, ତାହା ‘ଋଣଛାଡ଼ ନାଁ ଋଣମୁକ୍ତ’ । ରାଜ୍ୟରେ ୧୯୯୯ ମହାବାତ୍ୟା ପରେ ରାଜ୍ୟରେ କଂଗ୍ରେସ ଚାଷୀଙ୍କ ଋଣଛାଡ଼ କରିଥିଲା । କିନ୍ତୁ ଏହା ପରେ ୨୦୦୦ ମସିହା ଠାରୁ ୨୦୧୮ ମସିହା ପର୍ଯ୍ୟନ୍ତ ରାଜ୍ୟ ତଥା ଦେଶରେ ୩୬ ହଜାର ଚାଷୀ ଋଣଭାର ସହିନପାରି ଆତ୍ମହତ୍ୟା କରିଛନ୍ତି । ଯେଉଁ ସମୟରେ ସାରା ଦେଶରେ କିଟନାଶକ ଓøଷଧର କଳାବଜାରୀ ଓ ଅହେତୁକ ମୂଲ୍ୟ ବୃଦ୍ଧି ରୋକିବାରେ ସରକାର ବିଫଳ ହୋଇଛନ୍ତି । ଉଚିତ୍ ମୂଲ୍ୟରେ ବିହନ, ସାର ଚାଷୀଙ୍କୁ ଯୋଗାଇ ଦେବାରେ ବିଫଳ ସରକାର ଭୋଟ୍ ପାଇଁ ଋଣଛାଡ଼ ଭେଳିକି ସୃଷ୍ଟି କରୁଛନ୍ତି । ଏହାସହ ଚାଷୀମାନଙ୍କ ପାଇଁ ଉପଯୁକ୍ତ ବଜାର ଖୋଲିବାରେ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ପର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଯାହା ଦ୍ୱରା ଚାଷୀମାନେ ଅଭାବୀ ବିକ୍ରିର ସାମ୍ନା କରି ଭାରସାମ୍ୟ ହରାଇ ଆତ୍ମହତ୍ୟାର ପନ୍ଥା ଅପଣାଉଛି । ଏପରି ପଞ୍ଚାୟତ ଓ ଜିଲ୍ଲା ସ୍ତରରେ କୋଲଷ୍ଟର ନିର୍ମାଣର ପ୍ରତିଶ୍ରୁତି ଏବେ ପ୍ରତାରଣା ପାଲଟିଛି । ଯାହା କିଛି କୋଲଷ୍ଟର ଅଛି ତାହା କିଛି ବାହୁବଳି ନେତାମାନଙ୍କ ଇଙ୍ଗିତରେ ଚାଲୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଯଦି ସରକାର ଋଣଛାଡ଼ କରନ୍ତି ତେବେ ଏହା ବାସ୍ତବରେ ଚାଷୀର ସମସ୍ୟା ପରିବର୍ତନରେ କିଛି କ୍ଷଣପାଇଁ ସହାୟକ ହେବା ନେଇ ଅର୍ଥନିତିଜ୍ଞମାନେ ଆକଳନ କରିଛନ୍ତି । ଏହାହସ ରାଜ୍ୟ ଅର୍ଥନିତିରେ ଏହା ଏକ ଭାର ସଦୃଶ୍ୟ ହେବା ନେଇ ମନ୍ତବ୍ୟ ଦେଇଛନ୍ତି ।
କର୍ପୋରେଟଙ୍କ ମୁର୍ଦା ଛାଡି କୃଷକର ମୁର୍ଦା ଭାରି ପଡୁଛି ; ଏବେ ଆସିଲାଣି ଅସଲ ମଜା !
2 Comments
2 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!