ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଜାତୀୟ ସମ୍ମିଳନୀରେ ଯୋଗ ଦେଇ କହିଲେ ଏପରି କଥା

Odisha Hot News
2 Min Read

ଭୁବନେଶ୍ବର: ନୂଆଦିଲ୍ଲୀରେ କ୍ୟାରିଟାସ ଇଣ୍ଡିଆ ପକ୍ଷରୁ ଆୟୋଜିତ ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଶ୍ରୀ ଅବନୀ କାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି।

ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ପୁଷ୍ଟିସାଧନ କ୍ଷେତ୍ରରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ଦ୍ଵାରା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଧ୍ୟକ୍ଷ ଶ୍ରୀ ସାହୁ କହିଛନ୍ତି।

ଜାତୀୟ ଖାଦ୍ୟସୁରକ୍ଷା ଆଇନ ଅଧୀନରେ ରାଜ୍ୟ ପାଇଁ ଧାର୍ଯ୍ୟ ଥିବା ଲକ୍ଷ୍ୟ ୩.୨୭ କୋଟି ତୁଳନାରେ ୩.୨୩ କୋଟି ଲୋକଙ୍କୁ ସାମିଲ କରିବାରେ ଓଡ଼ିଶା ସରକାର ସଫଳ ହୋଇଛନ୍ତି। ଗର୍ଭବତୀ ମହିଳା ଓ ପ୍ରସୂତି ମା’ ମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ କ୍ଷେତ୍ରରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି।

ଯାହାର ସଫଳ ରୂପାୟନ ଫଳରେ ରାଜ୍ୟରେ ଶିଶୁ ଓ ପ୍ରସୂତି ମହିଳା ମୃତ୍ୟୁହାର କମିବାରେ ଲାଗିଛି ଏବଂ ଶିଶୁମାନଙ୍କୁ ମା’ କ୍ଷୀର ପାନ ଦିଗରେ ସଚେତନତା ସୃଷ୍ଟି କରାଯାଉଛି। ଏହାଦ୍ବାରା ରାଜ୍ୟରେ ଶିଶୁଙ୍କ ପୁଷ୍ଟିହୀନତା ଓ ଗେଡ଼ାପଣ ରୋକିବାରେ ରାଜ୍ୟସରକାର ସଫଳତା ହାସଲ କରିଛନ୍ତି।

ଉକ୍ତ ଜାତୀୟ ସମ୍ମିଳନୀକୁ ଅଧ୍ୟକ୍ଷ ଶ୍ରୀ ସାହୁ ଉଦ୍ଘାଟନ କରିଥିବାବେଳେ ଅତିଥି ମାନଙ୍କ ଗହଣରେ ସମ୍ମିଳନୀର ପୁସ୍ତିକା ମଧ୍ୟ ଉନ୍ମୋଚିତ କରିଥିଲେ କ୍ଷ ଏହି ଅବସରରେ ରାଜ୍ୟ ଖାଦ୍ୟ କମିଶନଙ୍କ ସଦସ୍ୟ ସୁଶ୍ରୀ ଶିବାନୀ ମହାନ୍ତି ରାଜ୍ୟ ସରକାରଙ୍କ ଖାଦ୍ୟନିରାପତ୍ତା ଓ ପୁଷ୍ଟିସାଧନ କ୍ଷେତ୍ରରେ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

କରୋନା ଭଳି ମହାମାରୀ ସମୟରେ ଖାଦ୍ୟ ନିରାପତ୍ତା ଓ ପୁଷ୍ଟିସାଧନ ଦିଗରେ ବିଶ୍ଵବ୍ୟାପୀ ସମସ୍ୟା ଥିବା ବେଳେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ଖାଦ୍ୟ ଯୋଗାଣ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବା କଥା ସେ ଉଲ୍ଲେଖ କରିଥିଲେ।

ଉଦ୍ଘାଟନୀ ଉତ୍ସବରେ କ୍ୟାରିଟାସ ଇଣ୍ଡିଆର ସହନିର୍ଦ୍ଦେଶକ ଜଲି ପୁଥେନପୁରା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ କ୍ୟାରିଟାସ ଇଣ୍ଡିଆ ପ୍ରଶାସନିକ ପରିଚାଳକ ସୁଶୀଲ ମୋଦୀ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article