ଉତ୍କଳ ଦିବସ ଉପଲକ୍ଷେ ସୁନ୍ଦର ଆଲୋକରେ ଝଲସୁଛି ରାଜଧାନୀର ବିଭିନ୍ନ ଅଫିସ ବିଲଡିଂ

Odisha Hot News
0 Min Read

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଏହି ଉପଲକ୍ଷେ ଗତକାଲି ରାତିରେ ରାଜଧାନୀର ସମସ୍ତ ସରକାରୀ ବିଲିଡିଂକୁ ରଂଗୀନ ଆଲୋକରେ ସଜା ଯାଇଥିଲା। ଯାହା ବାଟରେ ଯାଉଥିବା ଲୋକଙ୍କୁ ବେଶ ଆକୃଷ୍ଠ କରିପାରିଥିଲା।

ଏଥିରେ ଓଡିଶା ରାଜଭବନ, ଲୋକସେବା ଭବନ, କୃଷି ଭବନ, ଖାରବେଳ ଭବନ, ପୋଲିସ କମିଶନରେଟ ଅଫିସ ପ୍ରମୁଖ ବିଲିଡିଂରେ ରଂଗୀନ ଆଲୋକରେ ଝଲସୁଥିଲା। ଏହି ଆଲୋକମାଳାରେ ଓଡିଶାର ଜନସାଧାରଣଙ୍କୁ ସ୍ବାଗତ କରାଯାଇଥିଲା।

Share This Article