ନୂଆଦିଲ୍ଳୀ : ଭାରତର ଷ୍ଟାର ଶୁଟର ଅଭିନବ ବିନ୍ଦ୍ରା ଦେଶ ପାଇଁ ଗୌରବ ଆଣିଛନ୍ତି । ସେ ଅନ୍ତର୍ଜାତୀୟ ଶୁଟିଂ ସ୍ପୋର୍ଟ ଫେଡ଼େରେସନ୍ ( ଆଇଏସଏସଏଫ) ପକ୍ଷରୁ ପ୍ରଥମ ଭାରତୀୟ ଭାବେ ସର୍ବୋଚ୍ଚ ସମ୍ମାନ ହୋଇଛନ୍ତି । ଆଇଏସଏସଏଫର ସାଧାରଣ ସଭା ବୈଠକରେ ଶୁକ୍ରବାର ବିନ୍ଦ୍ରାଙ୍କୁ ସମ୍ମାନ କରାଯାଇଛି । ଏହା ପ୍ରଥମ ଭାରତୀୟ ଭାବେ ବିନ୍ଦ୍ରା ଏଭଳି ସମ୍ମାନ ପାଇବାରେ ହକଦାର ହୋଇଛନ୍ତି । ୩୬ ବର୍ଷୀୟ ବିନ୍ଦ୍ରା ୨୦୦୮ ବେଜିଂ ଅଲିମ୍ପିକରେ ଭାରତ ପାଇଁ ଶୁଟିଂରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ବିନ୍ଦ୍ରା ଏକମାତ୍ର ଭାରତୀୟ ଭାବେ ଅଲିମ୍ପିକରେ ସ୍ୱର୍ଣ୍ଣ ଜିତିବାର ରେକର୍ଡ ନିଜ ନାଁରେ ରଖିଛନ୍ତି।ଅଲିମ୍ପିକ ବ୍ୟତୀତ ୨୦୦୨,୨୦୦୬,୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିନ୍ଦ୍ରା ୪ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୨୦୦୬ ବିଶ୍ୱ ଶୁଟିଂ ଚମ୍ପିୟନସିପରେ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ।ଅନ୍ୟପକ୍ଷରେ ଆଇଏସଏସଏଫର ସବୁଠାରୁ ଦୀର୍ଘତମ ସଭାପତି ଓଲେଗାରିଓ ଭାଜକ୍ୟୁଜେ ମଧ୍ୟ ଗତକାଲି ଅବସର ଗ୍ରହଣ କରିଛନ୍ତି। ସେ ୩୮ ବର୍ଷ ଧରି ଆଇଏସ୍ଏସ୍ଏଫ୍ର ସଭାପତି ଭାବେ କାର୍ଯ୍ୟ କରିଥିଲେ ।
ଅନ୍ତର୍ଜାତୀୟ ସମ୍ମାନ ପାଇଲେ ବିନ୍ଦ୍ରା !
Leave a Comment
Leave a Comment
- Advertisement -
Stay Connected
Comment
- reglan injection on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- lasix pill on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- levitra on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- metoprolol tart on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
