ହାଇଦ୍ରାବାଦ,୧୨।୧୦- ସ୍ଥାନୀୟ ରାଜୀବ ଗାନ୍ଧୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଭାରତ ବିପକ୍ଷ ୨ୟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ଦିବସ ଶେଷ ସୁଦ୍ଧା ୭ ଉଇକେଟ ହରାଇ ୨୯୫ ରନ୍ କରି ପାରିଛି। ଦଳ ପକ୍ଷରୁ ରୋଷ୍ଟନ ଚେଜ ସର୍ବାଧିକ ୯୮ ଓ ଦେବେନ୍ଦ ବିଶୁ ୩ ରନ୍ କରି ଅପରାଜିତ ରହିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ୍ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବା କାରଣରୁ ୫ ଉଇକେଟ ହରାଇ ୧୧୩ ରନ୍ କରିଥିଲା। ଏଭଳି ସଙ୍କଟଜନକ ସ୍ଥିତିରେ ଚେଜଙ୍କ ସହ ପ୍ରଥମେ ଶାନେ ଡରଓ୍ବିଚଙ୍କ ସହ ମିଶି ୬୯ ରନ୍ ଯୋଡ଼ିଥିଲେ। ଡରଓ୍ବିଚ (୩୦)ଙ୍କୁ ଉମେଶ ଯାଦବ ଆଉଟ୍ କରିବା ପରେ ଅଧିନାୟକ ଜାଶୋନ ହୋଲ୍ଡର (୫୨) ଓ ଚେଜ ଧୈର୍ଯ୍ୟର ସହ ପ୍ରାୟ ୩୦ ଓଭର ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର ୧୮୬ ହୋଇଥିବାବେଳେ ହୋଲ୍ଡର (୫୨) ଉମେଶଙ୍କ ବଲରେ ଉଇକେଟକିପର ରିଶବ ପନ୍ତଙ୍କୁ କ୍ୟାଚ୍ ଦେଇଥିଲେ। ଏହାପରେ ଦେବେନ୍ଦ୍ର ବିଶୁ ଓ ଚେଜ ଆଉ ଭାରତୀୟ ବୋଲରଙ୍କୁ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଭ୍ରମଣକାରୀ ଇଣ୍ଡିଜ୍ ୭ ଉଇକେଟ ହରାଇ ୨୯୫ ରନ୍ କରିଥିଲା। ଭାରତୀୟ ଦଳ ପକ୍ଷରୁ ଉମେଦ ଯାଦବ ଓ କୁଳଦୀପ ଯାଦବ ୩ ଲେଖାଲ ଉଇକେଟ ନେଇଥିଲେ। ବରିଷ୍ଟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ସଫଳତା ପାଇଛନ୍ତି। ଏହି ମ୍ୟାଚ୍ରେ ଶାର୍ଦ୍ଦୁଳ ଠାକୁର ପଦାର୍ପଣ କରିଥିଲେ ମଧ୍ୟ ଆହତ ସମସ୍ୟା ଯୋଗୁ ମାତ୍ର ୧.୪ ଓଭର୍ ବୋଲିଂ କରିଥିଲେ।
ହାଇଦ୍ରାବାଦ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ୍ ଦଳ ୨୯୫/୭
Leave a Comment
Leave a Comment
- Advertisement -
Stay Connected
Comment
- LeoNet on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Dwightorgar on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- MartinHycle on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- mostbet_bwol on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- vavada_ufPn on ଆଜିର ରାଶିଫଳ
