ବାଲେଶ୍ୱର ; ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ବଢିଲା ଚୋର ଆତଙ୍କ । ରାସ୍ତାରେ ଗହଣା ଦୋକାନୀଙ୍କୁ ଅମାନୁଷିକ ଭାବେ ପିଟିବା ସହ ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟ ନେଇଛନ୍ତି ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋର ଥାନା ଅନ୍ତର୍ଗତ ଅନନ୍ତପୁରରେ । ଅନନ୍ତପୁର ବାହରରେ ଥିବା ଗହଣା ଦୋକାନ କ୍ରିଷ୍ନା ଜୁଏଲାରୀରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କାର ଗହଣା ଚୋରୀ କରିବା ସହ ଦୋକନ ମାଲିକଙ୍କୁ ଆକ୍ରମଣ କରିଛନ୍ତି । ସୂଚନାନୁସାରେ,ଗତକାଲି ରାତିରେ କ୍ରିଷ୍ନା ଜୁଏଲାରୀ ମାଲିକ ଲକ୍ଷ୍ମୀଧର ସାହୁ ଅନନ୍ତପୁରରୁ ସୋର ଫେରୁଥିବା ସମୟରେ କିଛି ଦୁର୍ବୁତ୍ତ ତାଙ୍କୁ ପିଛା କରିବା ସହ ବାଳଙ୍ଗ ଛକ ନିକଟରେ ତାଙ୍କୁ ମାଡ ମାରି ତାଙ୍କ ମଟର ସାଇକେଲ ଏବଂ ସୁନା ଗହଣା ଲୁଟି ନେଇଯାଇଥିଲେ । ପରେ ଅନନ୍ତପୁର ସ୍ଥିତ ଲକ୍ଷ୍ମୀଧରଙ୍କ ସୁନା ଦୋକାନକୁ ଯାଇ ଦୋକାନ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୭ ହଜାର ଟଙ୍କା ଚୋରି କରିନେଇଥିଲା । ଏ ନେଇ ଦୋକାନୀ ମାଲିକ ଲକ୍ଷ୍ମୀଧର ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ମଧ୍ୟ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପୋଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚରା କରୁଛି । ବାରମ୍ବାର ସୋର ଅନନ୍ତପୁର ରାସ୍ତାରେ ଏହିପରି ଚୋରୀ ହେଉଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଉଛି । ଏହା ସହ ରାତିରେ ପୋଲିସ ପେଟ୍ରୋଲିଂ ପାଇଁ ସାଧାରଣରେ ଦାବି ହେଉଛି ।
ସୋରରେ ମାତିଛନ୍ତି ଲୁଟେରା ; ରାସ୍ତାରେ ପିଟିଲେ, ଦୋକାନରୁ ଲୁଟିଲେ!
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_mqSi on ଖାଇବା ପରେ କାହିଁକି ଖାଆନ୍ତି ମିଠା
- Leonardmah on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- Antoniojam on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- Kimzep on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- Rogerlak on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
