ମେଘାଳୟ ; ମେଘାଳୟରେ ଖଣି ଭିତରେ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ସହାୟତାର ହାତ ବଢାଇଲା ଓଡିଶା । ଶ୍ରମିକଙ୍କୁ ଉଦ୍ଧାର କରିବା ନିମନ୍ତେ ଓଡିଶାରୁ ୨୦ ଜଣିଆ ରେସ୍କ୍ୟୁ ଟିମ୍ ଏବଂ ଏନଡିଆରଏଫ୍ ଟିମ୍ , ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ଶୁକାନ୍ତ ସେଠୀଙ୍କ ନେତୃତ୍ୱରେ ମେଘାଳୟ ଯାଇଛନ୍ତି । ଶୁକ୍ରବାର ଭୁବନେଶ୍ୱରରୁ ବାୟୁ ସେନାର ପରିବହନକାରୀ ବିମାନ ସି-୧୩୦ଜେ ସୁପର ହରକ୍ୟୁଲେସ୍ ଯୋଗେ ଟିମ୍ ମେଘାଳୟ ଗସ୍ତ କରିଛନ୍ତି ।
ସୂଚନାନୁସାରେ, ଡିସେମ୍ୱର ୧୩ରେ ୨୦ଜଣ ଶ୍ରମିକ ଲେଟିନ୍ ନଦୀ କୂଳରେ ଥିବା ଏକ ଖଣି ଭିତରେ କାମ କରିବା ସମୟରେ ମାଟି ଖୋଳୁ ଖୋଳୁ ଅଜାଣତରେ ଖଣି ସ୍ତର ଖୋଳି ପକାଇଥିଲେ । ଫଳରେ ନଦୀ ଜଳ ଖଣିର ଦୁର୍ବଳ ସ୍ତରକୁ ପାର କରି ଭିତରକୁ ପଶି ଯାଇଥିଲା ।
ତେବେ ୫ଜଣ ଶ୍ରମିକ ଜୀବନ ବଞ୍ଚାଇ ସେଠାରୁ ମୁକୁଳି ଯାଇଥିବା ବେଳେ ଅନ୍ୟ ୧୫ଜଣ ଶ୍ରମିକ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜଳ ନିଷ୍କାସନ କରାଯାଇଥିଲେ ମଧ୍ୟ ୩୦୦ ଫୁଟ ଉଚ୍ଚ ଖଣି ଏବଂ ଏହା ସଂଲଗ୍ନ ସୁଡଙ୍ଗ ମଧ୍ୟରେ ଏବେ ମଧ୍ୟ ୭୦ ଫୁଟ ଜଳ ଭରି ହୋଇରହିଛି । ଜଳସ୍ତର ଯୋଗୁଁ ଉଦ୍ଧାର କାର୍ଯ୍ୟ କରାଯାଇପାରୁନାହିଁ ।୧୬ଦିନ ଧରି ଫସିରହିଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ ମଧ୍ୟ କରାଯାଉଛି । ତଥାପି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଓଡିଶାରୁ ଯାଇଥିବା ଏନଡିଆରଏଫ ଟିମ୍ , ରେସ୍କ୍ୟୁ ଟିମ୍ ସହ ପୂର୍ବରୁ ନିୟୋଜିତ ଏନଡିଆରଏଫ୍ ଏବଂ ମେଘାଳୟ ପ୍ରଶାସନର ରେସ୍କ୍ୟୁ ଟିମ୍ କୁ ସହଯୋଗ କରିବେ । ଅନ୍ୟପଟେ ଏନଡିଆରଏଫ୍ ର ଅନୁରୋଧକ୍ରମେ ବାୟୁ ସେନା ମଧ୍ୟ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛି । ନୌସେନା ପକ୍ଷରୁ ୧୫ ଜଣିଆ ବୁଡାଳି ଦଳ ସହ ଆବଶ୍ୟକୀୟ ଉପକରଣ ପଠାଯାଇଛି । ଅନ୍ୟପଟେ ଘଟଣା ନେଇ ମେଘାଳୟ ମୁଖ୍ୟମନ୍ତ୍ରୀ କର୍ଣ୍ଣଡ ସାଙ୍ଗମା ଗୃହମନ୍ତ୍ରୀ ରାଜନାଥ ସିଂହ ସହ ଆଲୋଚନା କରିଛନ୍ତି ।
ମେଘାଳୟ ଶ୍ରମିକ ରେସ୍କ୍ୟୁ ଅପରେସନରେ ସହଯୋଗର ହାତ ବଢାଇଲା ଓଡିଶା !
2 Comments
2 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.