ଭୁବନେଶ୍ୱର; ବିଜେଡିର ପ୍ରତିଷ୍ଠା ଦିବସରେ ଦଳ ନିର୍ବାଚନ ବେଗୁଲ ବଜାଉ ଥିବା ଅଭାସ ମିଳିବା ପରେ ଦୁଇ ବିରୋଧି ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଛି । ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସରେ ଦଳ ବଡ଼ ଆୟୋଜନ କରୁଥିବା ବେଳେ ଭୋଟଙ୍କୁ ଆକର୍ଷଣ କରିବା ପାଇଁ ନୂଆ ଯୋଜନା ଦଳ ଆପଣାଇବ । ବିଶେଷକରି ଚାଷୀ ଓ ବେକାରୀଙ୍କ ଭୋଟ ନିକଟତର ହେବା ପାଇଁ ନୂଆ ପ୍ୟାକେଜ ଘୋଷଣା କରି ନିର୍ବାଚନ ମଇଦାନକୁ ଓଲ୍ଲାଇବ ବିଜେଡି । ସେଥିପାଇଁ ରାଜ୍ୟ ନେତୃତ୍ୱମାନେ ଏବେ ପଂଚାୟତ ମୁହାଁ ହୋଇଛନ୍ତି । ଏହାସହ ବିରୋଧିଙ୍କ ଶିବିରରୁ କିଛି ହେବିୱଟ ନେତା ପ୍ରତିଷ୍ଠା ଦିବସରେ ମିଶ୍ରଣ ପର୍ବରେ ଯୋଗ ଦେଇ ଏହି ପର୍ବକୁ ଆହୁରୀ ଆକର୍ଷଣ କରିବେ ।
ଅନ୍ୟପଟେ ଏହାକୁ କାଉଣ୍ଟର କରିବା ପାଇଁ ବିଜେପି ଅଣ୍ଟା ଭିଡ଼ି ସାରିଛି । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଦିନିକିଆ ଗସ୍ତରେ ରାଜ୍ୟ ବିଜେପି ନିମନ୍ତ୍ରଣ କରି ଡକାଇଛି । ଯାହାକୁ ନେଇ ରାଜ୍ୟ ବିଜେପି ମଧ୍ୟରେ କୋଳହାଳ ଦେଖିବାକୁ ମିଳିଛି । ମୋଦିଙ୍କ ଗସ୍ତକୁ ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ଦିନିକିଆ ଗସ୍ତରେ ମୋଦି ୧୪ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ । ଖୋର୍ଦ୍ଧା ପାଇକ ବିଦ୍ରୋହର ୨୦୦ଶହ ବର୍ଷ ପୂର୍ତି ଅବସରରେ ପାଇକ ବିଦ୍ରୋହର ସ୍ମାରକୀ ଡାକଟିକେଟ୍ ଉନ୍ମୋଚନ କରିବେ । ଏହାପରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଏକ ଗବେଷଣା କେନ୍ଦ୍ରକୁ ଲୋକାର୍ପିତ ହେବାସହ ୫କୋଟିର କର୍ପସ ପାଣ୍ଠି ଯୋଗାଇ ଦେବା ପାଇଁ ସୂଚନା ଦିଆଯାଇଛି । ସେହିପରି ଭୁବନେଶ୍ୱର ଆଇଆଇଟି ପାଇଁ ୧୨୬୦ କୋଟି ଟଙ୍କା ବିନିମୟରେ ନୂଆ କ୍ୟାମ୍ପସକୁ ଉଦ୍ଘାଟନ କରିବାସହ ବ୍ରହ୍ମପୁରରେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଆଇଜର କ୍ୟାମ୍ପସ ଶିଳାନ୍ୟାସ ହେବ । ୩୮୦୦ କୋଟି ଟଙ୍କାର ପାରାଦୀପରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଗ୍ୟାସ ପାଇପି ଲାଇନ୍ ପ୍ରକଳ୍ପର ଶୁଭାରମ୍ଭ ହେବ । ଏହାସହ ଉର୍ଜା ଗଙ୍ଗା ଯୋଜନାରେ ଝାଡ଼ଖଣ୍ଡର ବୋକାରୋରୁ ଅନୁଗୁଳ ପର୍ଯ୍ୟନ୍ତ ୩୪୩୭ କୋଟି ଟଙ୍କାର ପ୍ରକଳ୍ପ, ଭୁବନେଶ୍ୱର ଇଏସଆଇ ହସ୍ପିଟାଲକୁ ଆଧୁନୀକରଣ କାର୍ଯ୍ୟର ଶିଳାନ୍ୟାସ ଓ ୧୬ ନମ୍ବର ଜାତୀୟ ରାଜପଥକୁ ୬ଲେନ୍ କରିବା ପାଇଁ ୨୨୦୦କୋଟି, ୨ହଜାର କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥକୁ ୪ଲେନର ଶିଳାନ୍ୟାସ ଓ ଲଳିତଗିରି ବୌଦ୍ଧ ସଂରକ୍ଷିତ ପାଇଁ ଏକ ମ୍ୟୁଜିୟମର ଲୋକାର୍ପଣ ହେବ ।
ଅପରପକ୍ଷେ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ ପରେ ଆକ୍ଟିଭି ମୁଡ଼ରେ ଆମ ରାଜ୍ୟ କଂଗ୍ରେସ । ତିନି ରାଜ୍ୟରେ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ଅବିଳମ୍ବେ ପାଳନ କରି ଦେଶ ରାଜନୀତିରେ ହଟଚମଟ୍ ସୃଷ୍ଟି କରିଛି । ଯାହାକୁ ନେଇ ରାଜ୍ୟ କଂଗ୍ରେସ କହିଛି ପଡ଼ୋସୀ ରାଜ୍ୟରେ ବାତ୍ୟା ହେଲେ ଏହାର ପ୍ରଭାବରେ ନିକଟ ରାଜ୍ୟରେ ପ୍ରଭାବ ପଡ଼ିବ । ଯାହାର ଅର୍ଥ ଛତିଶଗଡ଼ରେ କଂଗ୍ରେସର ବିଜୟ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବା ନେଇ ରାଜ୍ୟ କଂଗ୍ରେସ ଉତ୍ସାହିତ ହୋଇଛି । ଏହି ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଇସ୍ତାହର ଘୋଷଣା ପୂର୍ବରୁ ରାଜ୍ୟ ଚାଷୀ ମାନଙ୍କର ଋଣଛାଡ଼ ଘୋଷଣା କରିଛନ୍ତି । ଏହାସହ ବିଜେଡିର ପ୍ରତିଷ୍ଠା ଦିବସରେ ଓଡ଼ିଶାକୁ ଦଳ ସଜାଉଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀଙ୍କୁ ଦିନିକିଆ ଗସ୍ତରେ ଆଣି ନିଜର ଶକ୍ତି ଦେଖାଇବ । ଏତିକି ବେଳେ ଡ଼ିସେମ୍ବର ଶେଷ ସପ୍ତାହରେ ରାଜ୍ୟ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ୨ ଦିଦିନିଆ ଗସ୍ତରେ ଆଣି ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶାରେ ଦବଦବା ଜାହିରି କରିବ । ଏହାସହ ରାଜ୍ୟର ଚାଷୀ ଓ ବେକାରୀ ମାନଙ୍କ ପାଇଁ କିଛି ନୂଆ ପ୍ରତିଶ୍ରୁତି ଦେଇ ନିର୍ବାଚନୀ ବେଗୁଲ ବଜାଇବ ।
ନିର୍ବାଚନ ପାଇଁ ବିଜେଡିର ଯୋଜନା ମାଳ, ଅର୍ଥ ମୁଣା ଧରି ଆସିବେ ମୋଦି, ଅପେକ୍ଷାରେ ରାହୁଲ !
15 Comments
15 Comments

The best is in one place: soogsx 色情
Все самое свежее здесь: https://rysadba.ru
Если вам нужна автошкола в солнечном которая действительно оправдает ожидания, значит вы нашли именно то, что искали. В автошколе качественная подготовка, современные автомобили и индивидуальный подход. Обучение легко совмещать с работой или учебой благодаря гибкому расписанию и дистанционной теории. Это именно тот вариант, который выбирают будущие водители.
Главные новости: https://1citywomen.ru/zdorove/neveroyatnaya-sila-etogo-naturalnogo-sredstva-v-mgnovenie-izbavit-vas-ne-tolko-ot-golovnoj-boli-no-i-ot-migreni/
Подробности по ссылке: https://frenchspeak.ru/%D1%81%D0%B2%D0%B5%D1%82%D0%BE%D1%84%D0%BE%D1%80
Самое полезное для вас: https://uralhealthforbeauty.ru
Все самое свежее здесь: https://elicebeauty.com/aksessuari/manikyurnie-instrumenty/manikyurnie-nabory/manikyurniy-nabor-niegelon-07-1060.html
сделать карточку товара ai создание карточек
Полная версия статьи: https://1citywomen.ru/zdorove/bolshoj-zhivot-vot-kakie-produkty-provociruyut-obrazovanie-zhira-vokrug-talii-2/
Подробности на странице: https://archeagewiki.ru/%d0%9f%d0%b0%d1%83%d0%ba%d0%b8-%d0%bb%d1%8e%d0%b4%d0%be%d0%b5%d0%b4%d1%8b/
Лучший выбор дня: https://aromline.ru/index.php?productid=13206
купить справку в москве https://kupit-spravky-moskva.ru
лента прецизионная лента 65г
лента нихромовая х20н80 лента стальная нижний новгород
Последние изменения: https://rysadba.ru/projekty/