ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ଦ୍ୱିତୀୟ ମ୍ୟାଚରେ ବୁଧବାର ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକାକୁ ଭାରତ ୫-୦ ଗୋଲରେ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଭିଡ ମଧ୍ୟରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଦୃଢ଼ ମନରେ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରିଛନ୍ତି। ସେହିଭଳି ଆକାଶଦୀପ, ଲଳିତ ଉପାଧ୍ୟାୟ ଏବଂ ମନଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇଛନ୍ତି।
ହକି ଇଣ୍ଡିଆର ପୂର୍ବତନ ଅଧିନାୟକ ଧନରାଜ ପିଲେ ଷ୍ଟାଡିୟମରେ ଖେଳାଳିମାନଙ୍କୁ ଉତ୍ସାହିତ କରୁଥିବା ବେଳେ ମନଦୀପ ସିଂହ ପ୍ରଥମ ଗୋଲ ଦେଇଥିଲେ। ସାଥୀ ଖେଳାଳି ଆକାଶଦୀପ ସିଂହ ପରବର୍ତ୍ତୀ ଗୋଲ ଦେଇ ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଟିମ୍ ଇଣ୍ଡିଆର ସଫଳତା ପାଇଁ କ୍ରିକେଟର ସଚିନ ତେନ୍ଦୁଲକର ଟୁଇଟ ଯୋଗେ ଅଭିନନ୍ଦନ ଜଣାଇଛନ୍ତି।
ପୂର୍ବରୁ ଆଜି ପ୍ରଥମ ମ୍ୟାଚରେ ବେଲଜିୟମ ବିଜୟୀ ହୋଇଥିଲା। କାନାଡାକୁ ୨-୧ ଗୋଲରେ ବେଲଜିୟମ ପରାସ୍ତ କରିଥିଲା। ବେଲଜିିୟମ ନିଜର ଅଭିଯାନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ଦଳ ପ୍ରଥମେ ୨ଟି ଗୋଲ ଦେଇଥିଲା। କାନାଡା ଲଢୁଆ ମନୋଭାବ ନେଇ ଖେଳୁଥିଲେ ମଧ୍ୟ ବେଲଜିୟମର ଖେଳାଳିମାନଙ୍କୁ ଅତିକ୍ରମ କରିପାରୁ ନଥିଲେ। କାନାଡା ପାଇଁ ମାର୍କ ପ୍ରଥମ ଗୋଲ ଦେଇଥିଲେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.