ଭୁବନେଶ୍ୱର : ଆଜି ପୂର୍ବାହ୍ନ ୧୨ଟା ସମୟରେ ବିଜେଡ଼ିରେ ଯୋଗଦେଲେ ଯୋଗେଶ । ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କର ହଜାର ହଜାର ସମର୍ଥକମାନେ ମଧ୍ୟ ଆଜି ବିଜେଡିରେ ଯୋଗଦେଇଛନ୍ତି । ଜାନୁଆରୀ ୧୭ ତାରିଖରେ ଯୋଗେଶ ସିଂହଙ୍କୁ ପ୍ରାଥମିକ ସଦସ୍ୟ ପଦରୁ କଂଗ୍ରେସରୁ ବହିଷ୍କୃତ କରାଯାଇଥିଲା। ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିଲା। କଂଗ୍ରେସରୁ ନିଲମ୍ବନ ହେବା ପରେ ଜାନୁଆରୀ ୨୨ ତାରିଖରେ ଯୋଗେଶ ସିଂହ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଓ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଗତ କିଛି ଦିନ ତଳେ କଂଗ୍ରେସର ଟାଣୁଆ ନେତା ତଥା ଝାରସୁଗୁଡ଼ା ବିଧାୟକ ବିଜେଡ଼ିରେ ଯୋଗଦେଇଥିଲେ । ତେବେ ଯୋଗେଶ ବିଜେଡ଼ିରେ ଯୋଗଦେବା ପରେ ଦଳ ଆହୁରି ମଜଭୁତ ହେବ ବୋଲି କୁହାଯାଉଛି ।
ହାତ ଛାଡ଼ି ଶଙ୍ଖ ଧରିଲେ ଯୋଗେଶ ସିଂ; ଦଳକୁ ସ୍ୱାଗତ ଜଣାଇଲେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !
You Might Also Like
Leave a Comment
Leave a Comment
- Advertisement -
