Ratna Bhandar: ପୁଣି ଖୋଲିବ ରତ୍ନ ଭଣ୍ଡାର, ନିର୍ଦ୍ଧାରିତ ହେଲା ତାରିଖ ଏବଂ ସମୟ

Odisha Hot News
1 Min Read

Ratna Bhandar: ପୁଣି ଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଏ ନେଇ ରତ୍ନଭଣ୍ଡାର ତଦାରଖ କମିଟର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ତାଙ୍କ ଅନୁସାରେ ଆସନ୍ତା 18 ତାରିଖ ଗୁରୁବାର ଦିନ ରତ୍ନ ଭଣ୍ଡାର ଖୋଲାଯିବ। ସେଥିପାଇଁ ଏକ ଶୁଭ ମୂହୁର୍ତ୍ତ ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ତାହା ହେଲା ଗୁରୁବାର ଦିନ ସକାଳ 9 ଟା 52 ରୁ 12ଟା 15 ପର୍ଯ୍ୟନ୍ତ ରହିଛି।

ଏହି ସମୟ ମଧ୍ୟରେ ପୂର୍ବରୁ ଯେଉଁ କମିଟ ରତ୍ନ ଭଣ୍ଡାରକୁ ଯାଇଥିଲେ ସେମାନେ ହିଁ ଗୁରୁବାର ଦିନ ଭିତର ରତ୍ନ ଭଣ୍ଡାରକୁ ଯିବେ। ସେମାନେ ଭିତର ରତ୍ନ ଭଣ୍ଡାରରେ ଥିବା ସିନ୍ଧୁକ ଏବଂ ଆଲମିରାରେ ଥିବା ସମସ୍ତ ଅଳଙ୍କାର ସେହିପରି ଅସ୍ଥାୟୀ ସ୍ଥାନରେ ରଖାଯିବ। ସମସ୍ତ ଅଳଙ୍କାର ଭିତର ରତ୍ନ ଭଣ୍ଡାରରୁ ଆସିବା ପରେ ତାହାର ମରାମତି ପାଇଁ ଏଏସଆଇଙ୍କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।

ସେହିଦିନ ରଥ ଉପରେ ଅଧରପଣା ନୀତି ରହିଛି। ତେବେ ଶ୍ରୀମନ୍ଦିର ଭିତରକୁ ସେଦିନ ଯିବାକୁ ବାରଣ କରାଯିବ। ଅନ୍ୟପକ୍ଷରେ ଯେଉଁ କମିଟ ସଦସ୍ୟମାନେ ରତ୍ନଭଣ୍ଡାର ତଦାରଖ କରିବା ପାଇଁ ଯିବେ ସେମାନେ କୌଣସି ସୁନା କିମ୍ବା ଧାତୁ ଜିନିଷ ପିନ୍ଧି ଯାଇପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

Share This Article