Odisha Voting 2024: ଭୋଟ ଦେଲେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: ଆଜି ଓଡିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ନିର୍ବାଚନରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନ ତାଙ୍କ ଘର ପାଖରେ ଥିବା ଏରୋଡ୍ରମ ସ୍କୁଲରେ ଭୋଟ ଦେଇଥିଲେ। ନବୀନ ଘରୁ ଚାଲିଚାଲି ତାଙ୍କ ବୁଥକୁ ଯାଇଥିଲେ। ସେଠାରେ ସେ ଭିତରକୁ ଯାଇ ଲୋକସଭା ଏବଂ ବିଧାନସଭା ପାଇଁ ଭୋଟ ଦେଇଥିଲେ।

ମତଦାନ ପରେ ନବୀନ ବାହାରକୁ ଆସି ସେଲଫି ପଏଣ୍ଟରେ ଫୋଟ ଉଠାଇଥିଲେ। ସେହିପରି ସେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଓଡିଶାର ଲୋକେ ସ୍ଥିର ସରକାର ଚାହୁଛନ୍ତି। ଓଡିଶାରେ ବିଜୁ ଜନତା ଦଳ ଉଭୟ ଲୋକସଭା ଏବଂ ବିଧାନସଭାରେ ଭଲ ପ୍ରଦର୍ଶନ କରିବ।

Share This Article