ଭୁବନେଶ୍ୱର : ଓଲିଉଡ୍ର ଜଣେ ଅଭିନେତ୍ରୀଙ୍କ ପିଛା ଛାଡ଼ୁନି ବିବାଦ। ପ୍ରଥମେ ପ୍ରେମ ନାଁରେ ପ୍ରେମିକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେବା ଅଭିଯୋଗରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ତାଙ୍କ ନାମରେ ଆଉ ଜଣେ ଯୁବକ ବ୍ରହ୍ମପୁରର ପପୁନ ମହାରଣା ଆଣିଛନ୍ତି ଏକ ଠକେଇ ଅଭିଯୋଗ। ଓଡ଼ିିଆ ଫିଲ୍ମରେ ଅଭିନୟ କରାଇ ଦେବାକୁ କହି ତାଙ୍କଠାରୁ ଅଭିନେତ୍ରୀ ଜଣକ ୮ହଜାର ଟଙ୍କା ଠକିନେଇଥିବା ପପୁନ ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ପପୁନ୍ କହିଛନ୍ତି ଯେ, ଅଭିନେତ୍ରୀ ଜଣକ ନିଜ ଫେସ୍ବୁକରେ ଜାଲ ବିଛାଇ ଯୁବକମାନଙ୍କୁ ଶିକାର କରୁଛନ୍ତି। ସେ ଫେସ୍ବୁକ୍ରେ ନିଜର ହଟ୍ ଫଟୋକୁ ପ୍ରୋଫାଇଲ୍ରେ ରଖିଛନ୍ତି। କେହି ଏହି ଫଟୋକୁ ଦେଖି ଆକୃଷ୍ଟ ହୋଇ ତାଙ୍କ ସହ ଯୋଗାଯୋଗ କଲେ ସେ ତାଙ୍କୁ ଫିଲ୍ମରେ ସୁଯୋଗ ଦେବା କିମ୍ବା ଅନ୍ୟ ବାହାନାରେ ଅର୍ଥ ଲୁଟ କରୁଛନ୍ତି। ଫେସ୍ବୁକ୍ ଜରିଆରେ ସେ ସମ୍ପୃକ୍ତା ଅଭିନେତ୍ରୀଙ୍କ ସହ ପରିଚିତ ହୋଇଥିଲେ। ଅଭିନେତ୍ରୀ ଜଣକ ତାଙ୍କୁ ଓଡ଼ିଆ ଫିଲ୍ମରେ ଅଭିନୟ କରାଇ ଦେବାକୁ କହି ୮ ହଜାର ଟଙ୍କା ନେଇଥିଲେ। କିନ୍ତୁ ପରେ ଅଭିନୟର ସୁଯୋଗ ଦେଇ ନ ଥିଲେ। ଟଙ୍କା ଫେରାଇବା ଲାଗି ତାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇ ନ ଥିଲେ। ଏବେ ପ୍ରେମ ନାଁରେ ଜଣେ ଯୁବକଙ୍କୁ ଏଭଳି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଗଣମାଧ୍ୟମରୁ ଜାଣିବା ପରେ ଅଭିଯୋଗ କରିଛି ବୋଲି ପପୁନ କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ମତାମତ ପାଇଁ ସମ୍ପୃକ୍ତା ଅଭିନେତ୍ରୀଙ୍କୁ ଫୋନ୍ କଲେ ମଧ୍ୟ ସେ ରିସିଭ କରି ନ ଥିଲେ କି କ୍ୟାମେରା ସମ୍ମୁଖକୁ ଆସି ନ ଥିଲେ। ସେହିପରି ପ୍ରେମ ଠକେଇ ଘଟଣାରେ ପଦ୍ମାରାଜୁ ଶିବ କୁମାରଙ୍କ ପରିବାରକୁ ଅଭିନେତ୍ରୀ ଜଣକ ଗୁଳିଗୁଲଜ କରୁଥିବା ଏକ ଅଡିଓ ରେକର୍ଡିଂରେ ଶୁଣିବାକୁ ମିଳୁଛି। ଏଥିଯୋଗୁ ସମ୍ପୃକ୍ତ ଅଭିନେତ୍ରୀ ଗୋଟିକ ପରେ ଗୋଟିଏ ବିବାଦରେ ଫସିବାରେ ଲାଗିଛନ୍ତି।
ପୁଣି ଠକେଇ ଅଭିଯୋଗ ଅଡୁଆରେ ଅଭିନେତ୍ରୀ
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.