ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କୁ ସଫଳ କରିବା ପାଇଁ ଏନସିପି ମୁଖ୍ୟ ତଥା ମହାରଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କୁ ଭେଟି ଲେ ବିଜେଡି ଦଳ !

Odisha Hot News
1 Min Read

ଭୁବନେଶ୍ୱର: ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ କେନ୍ଦ୍ର ମୁହ ାଁ ବିଜେଡି । ତେବେ ନବୀନ ନିର୍ଦ୍ଦେଶ କ୍ରମେ ଦେଶର ଜାତୀୟ ଦଳ ଓ ଅଞ୍ଚଳିକ ଦଳ ପ୍ରତିନିଧିକୁ ଭେଟୁଛି ବିଜେଡି । ଏପରି ସମୟରେ ଏନସିପି ଠାରୁ ସମର୍ଥନ ଲୋଡିଛି ବିଜେଡି ଦଳ । ତେବେ ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବିଜେଡି ଜୋରଦାର ଅଣ୍ଟାଭିଡିଛି ଦେଖିବାକୁ ମିଳିଛି । ସେପଟେ ଏହି ସଂରକ୍ଷଣ କୁ ସଫଳ କରିବା ପାଇଁ ମୁମ୍ବାଇେରେ ବିଜେଡି ଦଳ ପହଞ୍ଚି ଏନସିପି ମୁଖ୍ୟ ତଥା ମହାରଷ୍ଟ୍ରର ପୂର୍ବତନ ମୁକ୍ୟମନ୍ତ୍ରୀ ଶରଦ ପାୱାରଙ୍କୁ ଭେଟି ସମର୍ଥନ ଲୋଡିଛନ୍ତି । ତେବେ ଏହି ପ୍ରତିନିଧି ଦଳରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ତଥା ବିଜେଡି ନେତା ଅରୂପ ପଟ୍ଟନାୟକ, ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଅନ୍ୟମାନେ ସାମିଲ ହୋଇଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭଳି ଦୃଢ ପଦକ୍ଷେପକୁ ପ୍ର ଶଂସା କରିଛନ୍ତି ଶରଦ ପାୱାର । ତେବେ ୩୩ ପ୍ରତିଶତ ସଂରକ୍ଷଣ ନେଇ ରାଜ୍ୟ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ସୁଚନା ଅନୁଯାୟୀ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ଶୀତକାଳୀନ ଅଧିବେଶନରେ ସଂକଳ୍ପ ଆଣିଥିଲେ । ତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ସହଯୋଗ ଲୋଡ଼ିଥିଲେ ନବୀନ । ତାହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ଓ କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ସହଯୋଗ ଲୋଡ଼ିଥିଲେ । ଏହାପରେ ସଂସଦରେ ଏହି ପ୍ରସ୍ତାବକୁ ସମର୍ଥନ ପାଇଁ ବିଜେଡି ପକ୍ଷରୁ ୭ଟି ଜାତୀୟ ଦଳ ଓ ୧୫ଟି ଆଞ୍ଚଳିକ ଦଳକୁ ଭେଟିବାର ନିଷ୍ପତ୍ତି ନିଆଯାଇଥିଲା ।

Share This Article
Leave a Comment