ପାଣାଜି : ଗୋଆର ରାଜଧାନୀ ପାଣାଜିର ମରଗୋଆରେ ଆୟୋଜିତ ଏକ ଘରୋଇ କ୍ରିକେଟ୍ ମ୍ୟାଚରେ ଖେଳୁଥିବା ସମୟରେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି । ମୃତ ଖେଳାଳିଙ୍କ ନାମ ରାଜେଶ ଘୋଡ଼ାଗା । ତାଙ୍କ ବୟସ ୪୬ ବର୍ଷ । ଗତକାଲି ରାଜେଶ ଏକ ଟୁର୍ଣ୍ଣାମେଣ୍ଟରେ ଖେଳୁଥିଲେ । ସେ ୩୦ରନ୍ କରି ନନ୍ ଷ୍ଟ୍ରାଇକରର୍ସରେ ଥିବାବେଳେ ଅଚାନକ ପିଚ୍ ଉପରେ ପଡିଯାଇଥିଲେ । ତୁରନ୍ତ ସେଠାରେ ଥିବା ଆୟୋଜକମାନେ ତାଙ୍କୁ ସ୍ଥାନୀୟ ଇଏସଆଇ ହାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଡାକ୍ତାର ମୃତ୍ୟୁ ଘୋଷଣା କରିଥିଲେ । ସୂଚନା ମୂତାବକ ମରଗୋଆ କ୍ରିକେଟ୍ କ୍ଲବ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ରାଜେଶ ଏହି କ୍ଲବର ସମ୍ମାନିତ ଯୁଗ୍ମ ସଂପାଦକ ଥିଲେ । ରାଜ୍ୟ ତରଫରୁ ସେ ଅନେକ ଦିନିକିଆ ମ୍ୟାଚ୍ ଖେଳିଥିଲେ । କିନ୍ତୁ ଏପରି ଅକାଳ ବିୟୋଗକୁ ବିଶ୍ୱାସ କରିପାରୁନାହାନ୍ତି ବୋଲି ମରଗୋଆ କ୍ରିକେଟ୍ କ୍ଲବ୍ ପକ୍ଷରୁ କହାଯାଇଛି ।
ଖେଳୁ ଖେଳୁ ଆରପାରିକୁ ଚାଲିଗଲେ !
Leave a Comment
Leave a Comment
- Advertisement -
Stay Connected
Comment
- reglan injection on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- lasix pill on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- levitra on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- metoprolol tart on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
