ଭଦ୍ରକ ; ଗାତରୁ ବାହାରୁଛି ଗରମ ପାଣି ଓ ଧୂଆଁ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କରଞ୍ଜମାଳ ଗାଁରେ । ସୁଚନାମୁତାବକ, ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଟ୍ରାନ୍ସଫର୍ମର ପାଇଂ ଆର୍ଥିଂ ବସାଇବା ଲାଗି ମାଟି ଖୋଳା ଯାଉଥିବାବେଳେ ପ୍ରାୟ ୫/୬ ଫୁଟ୍ ଖୋଳି ସାରିବା ପରେ ସେଥିରୁ ଧୂଆଁ ସହିତ ଗରମ ପାଣି ବାହାରିଥିଲା। ଯାହାକୁ ନେଇ ବୋରିଂ କରୁଥିବା ଲୋକେ ଭୟଭୀତ ହେବା ସହ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରାୟ ୩/୪ ଘଣ୍ଟା ଧରି ଏମିତି ଧୂଆଁ ବାହାରିବା ଯୋଗୁ ସେଠାରେ ଲୋକ ରୁଣ୍ଡ ହୋଇଥିଲେ। ଏ ନେଇ ଲୋକ ମାନଙ୍କ ମନରେ ଯେତିକି ଉତ୍ôସୁକତା ବଢିଥିଲା ସେତିକି ଭୟ ମଧ୍ୟ ଲାଗି ରହିଥିଲା । ବୋରିଂ ହୋଇଥିବା ସ୍ଥାନରୁ ୩ ଫୁଟ୍ ଛାଡି ଆଉ ଏକ ସ୍ଥାନରେ ବୋରିଂ କରାଯାଇଥିଲେ ମଧ୍ୟ ସେହି ଏକା ଅବସ୍ଥା ହୋଇଥିଲା । ଏହାର କାରଣ ଗ୍ରାମବାସୀ କି ବୋରିଂ କରୁଥିବା ମିସ୍ତ୍ରୀମାନେ ଜାଣିପାରି ନଥିଲେ ମଧ୍ୟ ମାଟି ତଳେ କୈାଣସି ଗ୍ୟାସ ରହିଯାଇଥିବା ବେଳେ ବୋରିଂ ପରେ ତାହା ବାୟୁ ସଂସ୍ପର୍ଶରେ ଆସି ଉତ୍ତପ୍ତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏନେଇ ତଦନ୍ତ କଲେ ପ୍ରକୃତ କାରଣ କଣ ଜଣାପଡିବ ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ କୈାଣସି ସରକାରୀ ଅଧିକାରୀ ପହଞ୍ଚି ନଥିବାବେଳେ ଲୋକମାନେ ଗାତଟିକୁ ବନ୍ଦ କରି ରଖିଛନ୍ତି । ଆଜି ତହସିଲଦାର ସେଠାକୁ ଯିବେ ବୋଲି ଜଣାପଡ଼ିଛି। ତେବେ ଆଜି ପର୍ୟ୍ୟନ୍ତ ବି ସେହି ଗାତରୁ ଧୂଆଁ ବାହାରୁଛି।
ଗାତରୁ ବାହାରୁଛି ଗରମ ପାଣି ଓ ଧୂଆଁ ; ଗ୍ରାମବାସୀ ଭୟଭୀତ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
