ଭୁବନେଶ୍ବର: ରାଜ୍ଯରେ ଆଜି ୧୬୯୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦୭୩ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୬୨୬ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୪୦,୭୧୭ରେ ପହଁଚିଛି । ଏମାନଙ୍କ ୨୫,୭୩୭ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୪,୭୦୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 5th August
New Positive Cases: 1699
In Quarantine: 1073
Local Contacts:626
(Details of local contacts will be shared by concerned District Administration)
District Wise Cases
1. Angul: 17
2. Balasore: 17
3. Bargarh: 81
4. Bhadrak: 66
5. Balangir: 21
— I & PR Department, Odisha (@IPR_Odisha) August 6, 2020
ସେହିପରି ଅନୁଗୁଳରୁ ୧୭,ବାଲେଶ୍ବରରୁ ୧୭,ବରଗଡରୁ ୮୧, ଭଦ୍ରକରୁ ୬୬, ବଲାଙ୍ଗିରରୁ ୨୧, ବୌଦ୍ଧରୁ୮, କଟକରୁ ୧୦୫,ଢେଙ୍କାନାଳରୁ ୨୭, ଗଜପତିରୁ ୫୯, ଜଗତସିଂହପୁରରୁ ୧୬, ଯାଜପୁରରୁ ୪୧, ଝାରସୁଜୁଡା ୧୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୭୪, କେନ୍ଦ୍ରାପଡାରୁ ୨୭, କେନ୍ଦୁଝରରୁ ୫୬, ଖୋର୍ଦ୍ଧାରୁ ୨୨୦, କୋରାପୁଟରୁ ୪୧, ମାଲକାନଗିରିରୁ ୭୨,ମୟୁରଭଞ୍ଜରୁ ୨୪,ନବରଙ୍ଗପୁରରୁ ୧୬,ନୟାଗଡରୁ ୨୫,ନୂଆପଡାରୁ ୩, ପୁରୀରୁ ୬୭,ରାୟଗଡାରୁ ୧୯,ସମ୍ବଲପୁରରୁ ୧୦୧, ସୋନପୁରରୁ ୧୦ ଏବଂ ସୁନ୍ଦରଗଡରୁ ୧୭୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Comment