ରାଜ୍ୟରେ ଆଜି ୧୪୩୪ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩କୁ ବୃଦ୍ଧି

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ଆଜି ୧୪୩୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୫୪୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୮୮୯ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୮, ରାୟଗଡ଼ାରୁ ୧୯୭, କଟକରୁ ୧୨୩ , ଗଜପତିରୁ ୯୧, ସୁନ୍ଦରଗଡ଼ରୁ ୭୬, ପୁରୀରୁ ୬୫, ଯାଜପୁରରୁ ୫୭, ସମ୍ବଲପୁରରୁ ୫୧, କନ୍ଧମାଳରୁ ୪୪, ଭଦ୍ରକରୁ ୨୫ , ମାଲକାନଗିରିରୁ ୨୪, କେନ୍ଦ୍ରାପଡ଼ାରୁ ୨୨, କଳାହାଣ୍ଡିରୁ ୧୮ ଚିହ୍ନଟ ହୋଇଥିବା ଜଣାଯାଇଛି । ଅପରପକ୍ଷରେ ଢେଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାରୁ ୧୩ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି।

ଠିକ୍ ସେହିପରି ଅନୁଗୁଳରୁ ୧୫, ବାଲେଶ୍ବର ଜିଲ୍ଲାରୁ ୨୯, ବରଗଡ଼ ଜିଲ୍ଲାରୁ ୧୩, ଦେବଗଡ଼ ଜିଲ୍ଲାରୁ ୨, ନୂଆପଡ଼ା ଜିଲ୍ଲାରୁ ୭, ନୟାଗଡ଼ରୁ ୮, ମୟୂରଭଞ୍ଜ ଜିଲ୍ଲାରୁ ୧, ନୟାଗଡ଼ ଜିଲ୍ଲାରୁ ୮, ବୌଦ୍ଧ ଜିଲ୍ଲାରୁ ୫, ଝାରସୁଗୁଡ଼ା ଜିଲ୍ଲାରୁ ୬, କେନ୍ଦୁଝର ଜିଲ୍ଲାରୁ ୨, କୋରାପୁଟ ଜିଲ୍ଲାରୁ ୧୨ ଓ  ସୁବର୍ଣ୍ଣପୁର ଜିଲ୍ଲାରୁ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୨୧,୨୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୪୦୪ ରହିଛି।

Share This Article