ଗଞ୍ଜାମ ଜିଲ୍ଲାରେ ଅପରାହ୍ନ ୪ଟାରୁ ସକାଳେ ୫ଟା ଯାଏଁ କଡ଼ା କର୍ଫ୍ୟୁ : ଜିଲ୍ଲାପାଳ

Odisha Hot News
1 Min Read

ବ୍ରହ୍ମପୁର: ଗଞ୍ଜାମରେ କରୋନା ସ୍ଥିତି ନେଇ ଜିଲ୍ଲାପାଳ କେତେକ କଡ଼ା କଟକଣା ଜାରି କରିଛନ୍ତି। ଜିଲ୍ଲାର ସବୁ ପ୍ରବେଶ/ପ୍ରସ୍ଥାନ ପଥ ବନ୍ଦ ରହିବ ଏବଂ ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏଁ ଦୋକାନ ବଜାର ଖୋଲା ରହିବ  ବୋଲି ସେ କହିଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ

୫- ସୁତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନିବେ ଦୋକାନୀ ଏବଂ  ନିୟମ ନ ମାନିଲେ ଜରିମାନା ସହ ମାମଲା ରୁଜୁ ହେବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଯେଉଁ ଦୋକାନୀଙ୍କୁ ଖୋଲିବା ପାଇଁ କୁହାଯାଇଛି ସେମାନେ ସୋମବାର ଠାରୁ ନିୟମ ପାଳି ଦୋକାନ ଖୋଲିପାରିବେ ।

ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶକୁ ନେଇ କଟକଣା ରହିବ ବୋଲି ବି ସେ କହିଛନ୍ତି। କେବଳ ଜରୁରୀ କାଳୀନ ବ୍ୟବସ୍ଥା ଓ ପାସ ବ୍ୟବସ୍ଥାକୁ ହିଁ ଗୁରୁତ୍ୱ ଦିଆଯାଇଛି । । ଅପରାହ୍ନ ୪ଟାରୁ ସକାଳେ ୫ଟା ଯାଏଁ କଡ଼ା କର୍ଫ୍ୟୁ ହେବ। ସାପ୍ତାହିକ ସଟ ଡାଉନ ଜାରି  ରହିବ। ଅମ୍ଳଜାନ ସ୍ତର କମିବା ଯୋଗୁଁ ମୃତ୍ୟୁ ବଢୁଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ନିହାତି ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବାକୁ, ରୋଗକୁ ନ ଲୁଚାଇବାକୁ ଏବଂ ଦେହ ଖରାପ ହେଲେ ଡାକ୍ତରଙ୍କୁ ଦେଖାଇବାକୁ ସେ ପରାମର୍ଶ ଦେଇଛନ୍ତି। ଗତ ଚାରି ମାସର ସହଯୋଗ ଲାଗି ସେ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏହି ଅବସରରେ ଅଗଷ୍ଟ ମାସ ଆମ ପାଇଁ ବହୁତ ଗୁରୁତ୍ୱ ବହନ କରିବ ଏବଂ ଗଞ୍ଜାମ ସୀମା ସିଲ ରହିଛି, ଅତି ଆବଶ୍ୟକ ଲୋକଙ୍କୁ ଛଡ଼ାଯାଉଛି ବୋଲି ଗଞ୍ଜାମ ଏସପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି।

Share This Article