ବିଜେଡିର ବରିଷ୍ଠ ନେତା ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ

Odisha Hot News
1 Min Read

ଭୁବନେଶ୍ବର: ଆରପାରିରେ ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ବିଷ୍ଣ ଚରଣ ଦାସ। ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ୬୬ ବର୍ଷ ବୟସରେ ଆଖି ବୁଜିଛନ୍ତି ବିଷ୍ଣ। ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ତାଙ୍କ ଦେହ ବହୁତ ଅସୁସ୍ଥ ଲାଗିବାରୁ ଭୁବନେଶ୍ବରର ଘରୋଇ ହସ୍ପିଟାଲ ଆଡମିଟ ହେଇଥିଲେ। ଏବେ ତାଙ୍କର ଦେହାନ୍ତ ହୋଇଥିବା  ନେଇ ସୂଚନା ମିଳିଛି । ଜଣେ ଦକ୍ଷ ରାଜନୀତିଜ୍ଞ ହୋଇଥିବାରୁ ତାଙ୍କ ନିଧନରେ କିଟ୍ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସମେତ ଅନେକ ରାଜନୌତିକ ଲୋକ ଶୋକ ପ୍ରକାଶ କରିଛନ୍ତି।

Share This Article