ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

Odisha Hot News
1 Min Read

ପୁରୀ: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି । ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଏହି ନୀତି ସଂପନ୍ନ ହେବ । ପ୍ରତ୍ୟେକ ରଥରେ ୩ଟି ଲେଖାଏଁ ରଥର ଚୁମ୍ବିତ ମାଟି ହାଣ୍ଡିରେ ପଣା ଭୋଗ କରାଯିବ। ପରେ ଏହି ଭୋଗ ହୋଇଥିବା ପଣାର ମାଟି ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯିବ। ମହାପ୍ରଭୁଙ୍କୁ ପଣା ଲାଗି ହେବା ପରେ ଏହାକୁ ରଥ ଉପରେ ଢାଳିବା ପରଂପରା ରହିଛି ।

ସିଂହଦ୍ୱାର ନିକଟସ୍ଥ ବଡ଼ଛାଉଣୀ ମଠ କୂଅରୁ ଜଳ ନେଇ ସେଥିରେ କ୍ଷୀର, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ପଣା ପ୍ରସ୍ତୁତ କରାଯାଇଥାଏ । ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନିରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହାକୁ ଭଙ୍ଗାଯାଇଥାଏ । ଏହି ପଣା ରଥଯାତ୍ରାରେ ଯାଇଥିବା ସମସ୍ତ ପାର୍ଶ୍ୱ ଦେବଦେବୀଙ୍କ ସମେତ ଭୋଗ ପାଇବା ପାଇଁ ଯାଇଥିବା ଚଣ୍ଡୀ, ଚାମୁଣ୍ଡାଙ୍କୁ ଉତ୍ସର୍ଗ କରାଯାଇଥାଏ ।

ସେହିପରି ଆସନ୍ତାକାଲି ସମାପନ ହେବ ନିଳଦ୍ରୀବିଜେ । ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂତ୍ତି । ଗତକାଲି ତିନି ଠାକୁର ଦୁର୍ଲଭ ସୁନାବେଶରେ ଦର୍ଶନ ଦେଇଥିଲେ । ମହଣ ମହଣ ସ୍ୱର୍ଣ୍ଣ ଓ ମୋତି, ମାଣିକ୍ୟ ଖଚିତ ଅଳଙ୍କାରରେ ମହାପ୍ରଭୁ ସଜ୍ଜିତ ହୋଇ ଦର୍ଶନ ଦେଇଥିଲେ ।

Share This Article