ଭୁବନେଶ୍ୱର: ଆମେ ସାଧାରଣତଃ ଜାଣିଛେ ଶାଗ ଖାଇବା ଦ୍ୱାରା ବିଭିନ୍ନ ରୋବରୁ ମୁକ୍ତି ପାଉଥାଉ । ଯେମିତି ଦୃଷ୍ଟି ହୀନତା, ବ୍ଳଡପେସର କମେଇଥାଏ ଏଭଳି କେତେ ପ୍ରକାର ଶାଗ ରହିଛି ଯାହକୁ ଆମେ ଖାଇବା ଦ୍ୱାରା କିଛି ରୋଗରୁ ଆମେ ମୁକ୍ତି ପାଇଥାଉ । ସେହିଭଳି ଶାଗ ମଧ୍ୟରୁ ମେଥି ଶାଗର ଭୂମିକା ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ । ତେବେ ଏହି ମେଥି ଶାଗ ଖାଇଲେ ଆମ ଶରୀର ପାଇଁ କଣ ଲାଭ ହୋଇଥାଏ ଆସନ୍ତୁ ଜାଣୁବା ।
ସାଧାରଣତଃ ପ୍ରତେକ୍ୟଙ୍କ ରୋଷେଇ ଘରେ ମେଥିପତ୍ର ରଖିଥାନ୍ତି । ତେବେ ଏହାର ପ୍ରୟୋଗରେ ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍ , ଉଚ୍ଚ ରକ୍ତଚାପ , ଏବଂ ମଧୁମେହ ରୋଗ ଭଳି ରୋଗରୁ ଆମେ ମୁକ୍ତିପାଇଥାଉ । ଯଦି ଆପଣମାନେ ଏହି ମେଥିପତ୍ର ସବୁଦିନେ ବ୍ୟବହାର କରୁନାହାନ୍ତି ତାହେଲେ ଆପଣମାନେ ମେଥି ନିଶ୍ଚୟ ବ୍ୟବହାର କରନ୍ତୁ । ଯାହାକି ଆପଣମାନେ ଏହି ରୋଗର ନିରାକରଣ କରିପାରିବେ । ତେବେ ଆସନ୍ତୁ ଜାଣିବା ମେଥି ଖାଇବା ଦ୍ୱାରା କେଉଁ ରୋଗର ନିରାକରଣ ହୋଇଥାଏ ।
୧- ତଥା ବିଶେଷ କରି ଏହି ମେଥି ଶାଗ ପେଟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବା ସହିତ ଗ୍ୟାସଷ୍ଟିକ ରୁ ନେଇ ପେଟ ସମସ୍ୟା ସବୁ ଯନ୍ତ୍ରଣା ଦ୍ୟର କରିଥାଏ ।
୨- ତେବେ ମେଥି ଶାଗ ଖାଇଲେ ରକ୍ତଚାପକୁ ନିୟନ୍ତ୍ରଣ ରଖିଥାଏ । ଏହା ବ୍ୟତୀତ ତ୍ୱଚା, କେଶ, ଅଣ୍ଟା ବିନ୍ଧା ଆଦି ପାଇଁ ମେଥି ଶାଗ ଖାଇବା ନିତାନ୍ତ ଜରୁରୀ।
୩-ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ। ତେଣୁ, ଆପଣ ମାନେ ଦୈନନ୍ଦିନ ଖାଦ୍ୟରେ ମେଥି ଶାଗକୁ ବ୍ୟବହାର କରନ୍ତୁ ।
୪-ଏହା ରକ୍ତରେ ଶର୍କରା ଭାଗକୁ ବି ନିୟନ୍ତ୍ରଣରେ ରଖେ। ଏହା ଏକ ଆଣ୍ଟି-ବାୟୋଟିକ୍ ଉପାଦାନ ପରି କାମ କରିଥାଏ। ଏହା ବିଶେଷ କରି ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରେ।
ଆସନ୍ତୁ ଜାଣିବା ମେଥି ଶାଗ ଖାଇଲେ କଣ ହୁଏ, ଆଉ କେଉଁ ରୋଗ ଦୂରେଇ ଯାଏ !

Leave a comment
Leave a comment