ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ, କୋଇଲି ବୈକୁଣ୍ଠ ରେ ବରାଦି ଭୋଗ ରଖିବା ପାଇଁ ନିର୍ମାଣ କରାଯିବ ପ୍ଳାଟଫର୍ମ ।

Odisha Hot News
2 Min Read

ପୁରୀ: ବରାଦି ଭୋଗ ରଖିବା ପାଇଁ ନିର୍ମାଣ କରାଯିବ ପ୍ଳାଟଫର୍ମ । ତେବେ ବରାଦି ଭୋଗ ବାହାରିବା ପରେ ତାକୁ ବାଇଶି ପାହାଚ ଗୁମୁଟ, ଦକ୍ଷିଣଦ୍ବାର ଚକଡା, ଉତ୍ତରଦ୍ବାର ପାହାଚ ଆଦି ସ୍ଥାନରେ ଆଣି ରଖାଯାଉଛି। ଅବଢାକୁ ଏଣେ ତେଣେ ରଖିବାରୁ ନାନା ଅସୁବିଧା ଉପଜୁଛି । ତେଣୁ ଶ୍ରୀ ମନ୍ଦିରର ଉନ୍ନପାଇଁ ଁ ଶ୍ରୀମନ୍ଦିରର ମୁଖ୍ୟ ପ୍ର ଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ବୈଷୟିକ କମିଟି ସଦସ୍ୟ ଧର୍ମପଦ ମିଶ୍ର, ଶ୍ରୀନ୍ଦିର ପ୍ରଶାସନର ଅଧିକ୍ଷଣ ଯନ୍ତ୍ରୀ ବିନ୍ଧେଶ୍ବର ପାତ୍ର, ନିର୍ବାହୀ ଯନ୍ତ୍ରୀ ଆଶିଷ ସୁବୁଦ୍ଧି, ଆର୍କିଟେକ୍ଟ୍ ଭବାନୀ ମିଶ୍ର, ନିର୍ବାହୀ ଯନ୍ତ୍ରୀ ତାରା ଧଳଙ୍କ ସମେତ ବିଭିନ୍ନ କର୍ପୋରେଟ୍ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ ଆଲୋଚନା କରାଯାଇଛି ଯେ , କୋଇଲି ବୈକୁଣ୍ଠ ନିକଟ ସୁଆର ମହାସୁଆର ନିଯୋଗରେ ଗୃହ ନିକଟରେ ଏକ ପ୍ଳାଟଫର୍ମ ନିର୍ମାଣ କରାଯିବ । ଯାହା ଦ୍ୱାରା ଆଉ ସାଧାରଣ ଲୋକଙ୍କୁ ଅବଢା ନେବାରେ ସମସ୍ୟା ହେବ ନାହିଁ । ସେହିଭଳି ମଧ୍ୟ ଏହି ବୈଠକରେ ଶ୍ରୀମନ୍ଦିରରେ ରହିଥିବା ଢିଙ୍କି କୁଟା ଘର ଓ କଟାବଟା ଘର ଦୁର୍ବଳ ଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା। ତେବେ ବୈଠକରେ କୁହାଯାଇଛି, ଘରୁ ପାଣି ଗଳୁଛି ଏହାର ମରାମତି ଖୁବଶୀଘ୍ର କରାଯିବ ,ସରଘର ମଧ୍ୟ ମରାମତି କରାଯି. ଆନନ୍ଦ ବଜାରରେ ଜଳ ଯୋଗାଣ ପ୍ରକଳ୍ପ କରାଯିବ, ତାହାସହିତ ସମୁଦ୍ରକୂଳରେ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ରହିଥିଲେ ମଧ୍ୟ ମାତ୍ର ଏହା ପର‌୍ୟ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରୁନାହିଁ। ତେଣୁ ଏହାର ଆଧୁନିକୀକରଣ କରାଯିବ । ସିଂହଦ୍ବାର ସମ୍ମୁଖରେ ପ୍ରତିହାରୀ ନିଯୋଗର ଏକ ଅସ୍ଥାୟୀ ପଂକ୍ତି ଘର ନିର୍ମାଣ କରାଯିବ। ଅନ୍ୟପଟେ ଶ୍ରୀମନ୍ଦିର ପାଠାଗାର ବର୍ତ୍ତମାନ ଜଗନ୍ନାଥବଲ୍ଲଭ ମଠ କୋଠାରେ ବିପଦସଙ୍କୁଳ ଅବସ୍ଥାରେ ଯୋଗୁଁ ଏକ ନୂତନ କୋଠା ନିର୍ମାଣ କରାଯିବ।
ତାହାସହିତ ଜଗନ୍ନାଥ ବଲ୍ଲଭରେ ବହୁତଳ ପାର୍କିଂ ନିର୍ମାଣ ପାଇଁ ରିଲାଏନସକୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ପରିକ୍ରମା ମାର୍ଗ ନିର୍ମାଣ, ଶ୍ରୀମନ୍ଦିର କାର‌୍ୟ୍ୟାଳୟ ପୁରୁଣା କୋଠାର ନବୀକରଣ କରାଯିବ। ସିଂହଦ୍ବାରରେ ସମ୍ମୁଖରେ ଥିବା ସୂଚନାକେନ୍ଦ୍ର ଶ୍ରୀମନ୍ଦିର କାର‌୍ୟ୍ୟାଳୟକୁ ସ୍ଥାନାନ୍ତର ହେବ। ଏଥି ସହିତ ଶ୍ରୀମନ୍ଦିର ପରିସରରେ କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯିବ।

Share This Article
Leave a Comment