ଭୁବନେଶ୍ୱର ମହାନଗରରେ ଆଉ ୧୯ କରୋନା ପଜିଟିଭ ଚିହ୍ନଟ, ଡୁମଡୁମା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

Odisha Hot News
1 Min Read

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୪ ଜଣ ଗୃହ ସଙ୍ଗରୋଧରେ ଥିଲେ ବୋଲି ଏଥିରେ କୁହାଯାଇଛି। ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି ।

ଏମାନଙ୍କ ଭିତରେ ଏକ ଘରୋଇ ହସ୍ପିଟାଲର ୩ ମହିଳା ଓ ୩ ପୁରୁଷ କର୍ମଚାରୀ, ଅନ୍ୟ ଏକ ଘରୋଇ ହସ୍ପିଟାଲର ମଧ୍ୟ ୨ କର୍ମଚାରୀ ଥିବା ଜଣାଯାଇଛି। ଚାରଜଣ ରେଳବାଇ କର୍ମଚାରୀ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏମାନେ ସମସ୍ତେ ଦିଲ୍ଲୀ ଫେରନ୍ତା ବୋଲି ସୂଚନା ମିଳିଛି।

ଏହାଛଡ଼ା ସରକାରୀ ଡାକ୍ତରଖାନାର ଜଣେ ୫୧ ବର୍ଷିୟ ପୁରୁଷ ବି ଅଛନ୍ତି। ଲକ୍ଷ୍ମୀବଜାର ବସ୍ତିର ଜଣେ ୯ ବର୍ଷର ବାଳକ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଡୁମଡୁମା ସୁବାସ ନଗର ବସ୍ତିରୁ ୨୪, ୧୯, ୩୮, ୧୮ ଓ ୧୫ ବର୍ଷିୟ ୫ଜଣ ପୁରୁଷ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଡୁମଡୁମା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଆଜି ୩ଜଣ ସୁସ୍ଥ ହୋଇଛନ୍ତି।
ଏବେ ଭୁବନେଶ୍ୱର ମହାନଗର ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି। ତେବେ ୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୩ଜଣଙ୍କର ମୃତ୍ୟୁ ଘଟିଛି।

Share This Article