ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜେଇ

Odisha Hot News
1 Min Read

କେନ୍ଦୁଝର  : ଭିଜିଲାନ୍ସ ଜାଲରେ  ସଦର ବ୍ଲକ୍‌ ଜେଇ । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜେଇ । କେନ୍ଦୁଝର ସଦର ବ୍ଲକର ଜେଇଇ ପ୍ରମୋଦ କୁମାର ପଣ୍ଡା ।  ଧରାପଡିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍

ସେ ଜଣେ ଠିକାଦାରଙ୍କ ଠାରୁ ବିଲ କରେଇଦେବା ବାବଦକୁ ଛଅ ହଜାର ଟଙ୍କା ଏବଂ ଅନ୍ୟ ଏକ ନୂତନ ଠିକା କାମ ଦେବା ପାଇଁ  ପାଞ୍ଚ ହଜାର ଟଙ୍କା ଲାଞ୍ଚ ଏହି ପରି ସମୁଦାୟ ଏଗାର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପ୍ରମୋଦ ପଣ୍ଡା ।ତାଙ୍କ ଠାରୁ ଭିଜିଲାନ୍କ ରଙ୍ଗ ବୋଳା ହୋଇଥିବା ନଗଦ ଏଗାର ହଜାର ଟଙ୍କା ସହ ତାଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରୁ ଧରିଛନ୍ତି । ପ୍ରମୋଦ କୁମାର ପଣ୍ଡା ବରଦାପାଳ, କାଉଁରୀକଳା ଓ ରାଇକଳା ପଞ୍ଚାୟତର ଜେଇଇ ଭାବେ ଦାୟିତ୍ୱରେ ଥିଲେ । ଏହା ସହ  ଭିଜିଲାନ୍ସ ବିଭାଗ ତାଙ୍କ କାର୍ଯ୍ୟାଳୟ ଓ ଘରେ ଚଢ଼ାଉ କରୁଥିବା ଜଣାପଡ଼ିଛି । ଭିଜିଲାନ୍ସ ଡିଏସପି ଦେବଦତ୍ତ ସେଠଙ୍କ ନେତୃତ୍ବରେ ଚାଲିଛି ରେଡ।

Share This Article