ଚଟାଣରେ ୫ଦିନ ଯାଏଁ ଜୀବିତ ରହିଥାଏ କରୋନା ଭାଇରସ୍

Odisha Hot News
1 Min Read

ଭୁବନେଶ୍ବର: କରୋନା ଭାଇରସ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲଣ୍ଡନ୍ କଲେଜ ୟୁନିଭର୍ସିଟିର ଅଧ୍ୟୟନ ଅନୁସାରେ,ଭାଇରସ୍ ଯେକୌଣସି ଚଟାଣରେ ୫ଦିନ ଯାଏଁ ଜୀବିତ ରହିପାରେ ଏବଂ ୧୦ଘଣ୍ଟା ମଧ୍ୟରେ ବଡ଼ ସ୍ଥାନରେ ନିଜର ବିସ୍ତାର କରିପାରେ ଏହି ଅଧ୍ୟୟନରେ ବ୍ରିଟେନର ଗ୍ରେଟ୍ ଓରମଣ୍ଡ ଷ୍ଟ୍ରିଟ୍ ହସ୍ପିଟାଲର ବେଡର ରେଲିଂରେ ସଂକ୍ରମଣ ଛଡ଼ା ଯାଇଥିଲା ଏବଂ ଯେତେବେଳେ ୧୦ଘଣ୍ଟା ପରେ ହସ୍ପିଟାଲର ଭଲ ଭାବେ ଯାଞ୍ଚ କରାଯାଇଥିଲା ସେତେବେଳେ ଏହା ପୂରା ଓ୍ବାର୍ଡ଼ର ପ୍ରତ୍ୟେକ କୋଣରେ ବ୍ୟାପିଯାଇଥିଲା।

ହସ୍ପିଟାଲରେ ନିଆଯାଇଥିବା ନମୁନାରେ ୫୦ପ୍ରତିଶତ ଭାଇରସ୍ ମିଳିଥିଲା। ଗବେଷକମାନେ ପ୍ରୟୋଗ ସମୟରେ ଜଣେ ରୋଗୀଙ୍କ ଶ୍ବାସରୁ ନେଇଥିବା କୋଭିଡ-୧୯ ଭାଇରସ୍ ଏବଂ କ୍ରୃତ୍ରିମ ଭାବେ ଗଛକୁ ସଂକ୍ରମିତ କରୁଥିବା ଭାଇରସର ବ୍ୟବହାର କରିଥିଲେ ଯାହା ମନୁଷ୍ୟକୁ ସଂକ୍ରମିତ କରି ପାରୁନଥିଲା। ଏହା ପରେ ପାଣିର ଗୋଟିଏ ବୁନ୍ଦାରେ ଦୁଇଟିକୁ ମିଶାଇ ରେଲିଂରେ ଛାଡ଼ି ଦେଇଥିଲେ।

ଏହା ପରେ ୫ଦିନରେ ଓ୍ବାର୍ଡ଼ର ୪୪ଟି ସ୍ଥାନରେ ଶହ ଶହ ନମୁନା ନିଆ ଯାଇଥିଲା। ୧୦ଘଣ୍ଟା ପରେ ହିଁ ପ୍ରାଥମିକ ନମୁନାରୁ ଜଣା ପଡ଼ିଥିଲା ଯେ ବେଡ ରେଲିଂ,କବାଟର ହ୍ୟାଣ୍ଡଲ୍,ଚେୟାର,ଓ୍ବେଟିଂ ରୁମଠୁ ନେଇ ପିଲାଙ୍କ ଖେଳଣା ଏବଂ ବହିରେ ଭାଇରସ୍ ବ୍ୟାପିଯାଇଥିଲା। ୩ଦିନ ପରେ ଯେତେବେଳେ ପୁଣି ଥରେ ନମୁନା ନିଆଯାଇଥିଲା ସେତେବେଳେ ଜଣା ପଡ଼ିଲା ଯେ ସଂକ୍ରମଣ ୪୧ପ୍ରତିଶତରୁ ବଢ଼ି ୫୯ପ୍ରତିଶତ କ୍ଷେତ୍ର ଯାଏଁ ବ୍ୟାପି ସାରିଛି।

ହସ୍ପିଟାଲର ଷ୍ଟାଫ,ରୋଗୀ ଏବଂ ଆଗନ୍ତୁକଙ୍କ ଜରିଆରେ ଏହି ଭାଇରସ ହସ୍ପିଟାଲରେ ବ୍ୟାପି ଯାଇଥିଲା। ଗବେଷଣାର ତୃତୀୟ ଦିନ ଯାଏଁ ୮୬ପ୍ରତିଶତ ନମୁନାରେ ସଂକ୍ରମଣ ମିଳିଥିଲା। ପଞ୍ଚମ ଦିନ ପରେ ହିଁ ସଂକ୍ରମଣ କମି ଯାଇଥିଲା।

ଗବେଷଣାରୁ ଜଣା ପଡ଼ିଥିଲା ଯେ କିପରି ଚଟାଣ ଭାଇରସର ପ୍ରସାରରେ କାମ କରିଥାଏ ଏବଂ ସ୍ବଚ୍ଛତାରେ ଦାୟିତ୍ବହୀନତା କେତେ ମହଙ୍ଗା ପଡ଼ିପାରେ।

Share This Article