ହାଇକୋର୍ଟଙ୍କ ନିଆରା ରାୟ : ଅଭିଯୁକ୍ତ ତିନି ମାସ ମଧ୍ୟରେ ଏକ ଶହ ବୃକ୍ଷ ରୋପଣ କରିବାକୁ ଦେଲେ ନିର୍ଦ୍ଦେଶ

Odisha Hot News
1 Min Read

କଟକ: ନିଆରା ଢଙ୍ଗରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କଲେ ହାଇକୋର୍ଟ। ଜାମିନ ମିଳିବ କିନ୍ତୁ ଜାମିନ ମିଳିବା ପରେ ଅଭିଯୁକ୍ତ ଶହେଟି ଚାରାରୋପଣ କରିବ। ଘରେ ପଶି ଆକ୍ରମଣ, ଅସଦାଚରଣ ଓ ଲୁଟ୍ ଭଳି ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ଜାମିନ ଆବେଦନର ଶୁଣାଣି କରି ଆଜି ହାଇକୋର୍ଟ ଏଭଳି ଏକ ନିଆରା ରାୟ ଶୁଣାଇଛନ୍ତି। ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା ସହିତ ଜାମିନ ପାଇବା ପରେ। ୩ ମାସ ମଧ୍ୟରେ ଅଭିଯୁକ୍ତ ନିଜ ଗ୍ରାମରେ ଏକ ଶହ ବୃକ୍ଷ ରୋପଣ କରିବାର ସର୍ତ୍ତ ରଖିଲେ ହାଇକୋର୍ଟ। ଅଭିଯୁକ୍ତ ଜଣଙ୍କ ବୃକ୍ଷ ରୋପଣ କଲେ କି ନାହିଁ ତାର ପ୍ରମାଣ ସହ ବିଚାରଧୀନ ଅଦାଲତରେ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

 

ସୂଚନା ଅନୁଯାୟୀ, ଗତ ଜାନୁଆରୀ ୩୧ ତାରିଖରେ ବୌଦ୍ଧ ଥାନା ଅଞ୍ଚଳରେ ଜଣେ ଯୁବକ ଏକ ତରଫା ପ୍ରେମ କରୁଥିବା ଯୁବତୀଙ୍କ ଘର ଭିତରକୁ ଜବରଦସ୍ତ ପଶିବା ସହ ଯୁବତୀ ଙ୍କୁ ଅପହରଣ କରିବା ପାଇଁ ଉଦ୍ୟମ କରିଥିଲେ। ଯାହାଫଳରେ ଯୁବତୀଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ବୌଦ୍ଧ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ମାମଲାରେ ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଜାମିନର ସର୍ତ୍ତ ବୌଦ୍ଧ ଏସଡ଼ିଜେଏମ୍ ରଖିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଜାମିନ ଆବେଦନ ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀ ଏପରି ଏକ ନିଆରା ନିର୍ଦ୍ଦେଶ ଦେଇଛନ୍ତି।

Share This Article