ଟିଭି ଫାଟି ଗୋଟିଏ ପରିବାରର ୩ଗୁରୁତର

Odisha Hot News
1 Min Read

ପଦ୍ମପୁର : ଆପଣମାନେ ମୋବାଇଲ୍ ଫାଟିବା, ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହେବା ଘଟଣା ଶୁଣିଛନ୍ତି କିମ୍ବା ଦେଖିଛନ୍ତି । ହେଲେ ଆଜି ଘଟିଛି ଟିଭି ବିସ୍ଫୋରଣ ଘଟଣା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଅନ୍ତର୍ଲା ଗ୍ରାମରେ ଟିଭି ଫାଟି ଯିବାରୁ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି। ସ୍ବାମୀ, ସ୍ତ୍ରୀ ଓ ତିନି ବର୍ଷର ଶିଶୁ ନିଆଁରେ ପୋଡି ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ସୋମନଙ୍କୁ ପ୍ରଥମେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା ପରେ ତାଙ୍କୁ ବରଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଟିଭି ଫାଟିଯିବାରୁ ନିଆଁ ଲାଗି ଘରର ଆସବାବ ପତ୍ର ତଥା ଅନ୍ଯାନ୍ଯ ମୂଲ୍ଯବାନ ଜିନିଷ ପୋଡି ନଷ୍ଟ ହୋଇଯାଇଥିବା ଜଣା ପଡିଛି। ସର୍ଟସର୍କିଟ କାରଣରୁ ଏପରି ହୋଇଥିବା ଅନୁମାନ କରାଯାଉଛି।

Share This Article