ଭୁବନେଶ୍ୱରରୁ ପୁଣି ୩ କରୋନା ପଜିଟିଭ ଚିହ୍ନଟ

Odisha Hot News
0 Min Read

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ୩ କରୋନା ପଜିଟିଭ ଚିହ୍ନଟ। ବିମାନବନ୍ଦର ନିକଟ ଭୀମପୁରରୁ ଜଣେ ୨୭ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ସେ ନିକଟରେ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି। ଡୁମୁଡୁମା ହାଉସିଂବୋର୍ଡ କଲୋନୀର ଜଣେ ୪୭ବର୍ଷୀୟ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ସେ ଗଞ୍ଜାମରୁ ଫେରିଥିଲେ।

ସେହିପରି ଅନ୍ୟଜଣେ ଆକ୍ରାନ୍ତ କଳିଙ୍ଗ ଷ୍ଟୁଡିଓ ନିକଟ ଭରତପୁରର ୩୬ବର୍ଷୀୟ ଯୁବକ। ସେ ମଧ୍ଯ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି।ବର୍ତ୍ତମାନ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ ହୋଇଥିବା ବେଳେ ୪୨ଟି ଆକ୍ଟିଭ କୋସ ରହିଛି।

Share This Article