ରାସ୍ତା କଡରେ ଗୁପ୍‌ଚୁପ୍‌ ଓ ଚାଟ୍‌ ଖାଇବା ଉପରେ ଲାଗିଲା କଟକଣା

Odisha Hot News
1 Min Read

ଭୁବନେଶ୍ୱର: ରାଜରାସ୍ତାରେ ଏଣିକି କୌଣସି ବ୍ୟବସାୟୀ ଗୁପଚୁପ ଓ ଚାଟକୁ ଖାଇବା ଲାଗି ବିକ୍ରି କରି ପାରିବେ ନାହିଁ, ଗ୍ରାହକ କେବଳ ଘରକୁ ପାର୍ସଲ ନେଇ ପାରିବେ। କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଫାଷ୍ଟଫୁଡ, ଜଳଖିଆ,ଗୁପଚୁପ, ଚାଟ ଓ ଦହିବରା ଆଳୁଦମ ବ୍ୟବସାୟୀଙ୍କୁ ଏ ନେଇ ସତର୍କ କରି ଦିଆଯାଇଛି।

କୋଭିଡ ନିୟମ ଅନୁଯାୟୀ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରଖି ବ୍ୟବସାୟୀମାନେ କେବଳ ପାର୍ସଲ ଦେଇପାରିବେ। ଦୋକାନ ନିକଟରେ ଗ୍ରାହକମାନେ ଛିଡା ହୋଇ ଖାଉଥିବାର ନଜର ଆସିଲେ ଆଇନଅନୁଯାୟୀ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରି ଦିଅଯାଇଛି।

କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଜରି କରାଯାଇଥିବାରୁ ଏସବୁ ଫାଷ୍ଟଫୁଡ ବିକ୍ରି ଉପରେ କଟକଣା ଲାଗିଥିଲା। ଏଇ କିଛିଦିନ ହେବ ପୁଣିଥିରେ ଫାଷ୍ଟଫୁଡ, ଜଳଖିଆ,ଗୁପଚୁପ, ଚାଟ ଓ ଦହିବରା ଆଳୁଦମ ବ୍ୟବସାୟୀ ସେମାନଙ୍କ ବିକ୍ରି ଆରମ୍ଭ କରିଥିଲେ। ଏତେ ଦିନ ଧରି ଏଭଳି ଖାଦ୍ୟ ଖାଇ ନଥିବାରୁ ଦୋକାନ ସାମ୍ନାରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ତେଣୁ ଏଭଳି କଟକଣା ଜାରି କରାଯାଇଛି।

Share This Article