ଭୁବନେଶ୍ୱରରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ

Odisha Hot News
1 Min Read

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏନେଇ ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି କୁହାଯାଇଛି | ଏମାନଙ୍କ ଭିତରୁ ଆପୋଲୋ ହସ୍ପିଟାଲର ଜଣେ ୨୫ ବର୍ଷିୟ ପୁରୁଷ କର୍ମଚାରୀ ଅଛନ୍ତି। ତାଙ୍କର  ଜଣେ ନିକଟ ସଂପର୍କୀୟ ସୁରତ ଫେରନ୍ତା

ଆଉ ଜଣେ ନୟାପଲ୍ଲୀ ଅଞ୍ଚଳର ଶ୍ରୀରାମ ବିହାର ଆପାର୍ଟ ମେଣ୍ଟର ୬୭ ବର୍ଷିୟ ପୁରୁଷ ଅଛନ୍ତି। ସେ ଘରେ ସଙ୍ଗରୋଧରେ ଥିଲେ  ବୋଲି ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ କୁହାଯାଇଛି | ବର୍ତ୍ତମାନ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ବେଳେ ତାଙ୍କ ଘର ପାଖାପାଖି ଅଞ୍ଚଳ ସାନିଟାଇଜ କରାଯିବା ସହ ଆଖପାଖ ପଡ଼ୋଶୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି | ଏବେ ରାଜଧାନୀ ଭୁବନେଶ୍ୱରରେ ମୋଟ୍ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି।

ଏବେ ରାଜଧାନୀରେ ମୋଟ୍ ୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ ରହିଛି। ଅପରପକ୍ଷରେ ୩ ଜଣଙ୍କର ମୃତ୍ୟୁ ଘଟିଛି।

Share This Article