କଟକ: ଆମ୍ଫାନ ବାତ୍ୟା କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ପୁନରୁଦ୍ଧାର କାମ ସାରି ଫେରିଥିବା ଏନ୍ଡିଆର୍ଏଫ୍ର ୫୦ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମହଲରେ ଭାଳେଣି ପଡିଛି । ଏନ୍ଡିଆର୍ଏଫ୍ ପରି ରାଜ୍ୟ ଅଗ୍ନିଶମ ସଂସ୍ଥାର ୩୭୨ଜଣ କର୍ମଚାରୀ କୋଲକାତା ଓ ହାୱାଡା ମହାନଗରରେ ପୁନରୁଦ୍ଧାର କାମ ସାରି ଏବେ ଫେରିଛନ୍ତି । ସମସ୍ତ କର୍ମଚାରୀ ଓ ଅଧିକାରୀ ଏବେ କ୍ୱାରେଣ୍ଟାଇନ୍ରେ ଅଛନ୍ତି । ରାଜ୍ୟ ବାହାରୁ ଫେରିଥିବାରୁ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।ଏଥିଲାଗି ସୋମବାର ପ୍ରାଥମିକ ପର୍ଯ୍ୟାୟରେ ଶହେ ଜଣ ଫାୟାର୍ମ୍ୟାନ୍ଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।
କୋଭିଡ୍-୧୯ ନିୟମାନୁସାରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ କୃପାଜଳ ଇଞ୍ଜିନୟରିଂ କଲେଜରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । କରୋନା ପ୍ରଭାବିତ ଅଞ୍ଚଳରେ କର୍ମଚାରୀମାନେ ନିୟୋଜିତ ହୋଇଥିବାରୁ ସମ୍ପୃକ୍ତ ସମସ୍ତ କର୍ମଚାରୀ ଓ ଅଫିସରମାନଙ୍କର କରୋନା ପରୀକ୍ଷା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
Comment